Latest Odisha News

BREAKING NEWS

ଏନକାଉଣ୍ଟରରେ ୩ କୁଖ୍ୟାତ ଆତଙ୍କବାଦୀ ନିହତ

ଶ୍ରୀନଗର: ନୂଆବର୍ଷର ପ୍ରଥମ ସପ୍ତାହରେ ପଞ୍ଚମ ଏନ୍କାଉଣ୍ଟର । କାଶ୍ମୀର ଜୋନ ପୋଲିସ ଜମ୍ମୁ-କଶ୍ମୀରରେ ଆରମ୍ଭ କରିଥିଲେ ଏନକାଉଣ୍ଟର ଅଭିଯାନ । ବର୍ଷ ଆରମ୍ଭରୁ ଭାରତୀୟ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ଆତଙ୍କୀବାଦୀ ନିହତ । ନିହତ ୩ଜଣ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦର ସଦସ୍ୟ ବୋଲି ଜଣାପଡିଛି ।

ପୂର୍ବରୁ ପୋଲିସ ଓ ସୁରକ୍ଷାବଳ କାଶ୍ମୀରର ପୁଲୱାମା ଚାନ୍ଦଗ୍ରାମ ଅଞ୍ଚଳରେ ଚଳାଇଥିଲେ ଏନକାଉଣ୍ଟର ଅଭିଯାନ । ଏ ନେଇ ଏସିଆନ୍ ନ୍ୟୁଜ ଏଜେନ୍ସି ତରଫରୁ ସୂଚନା ମିଳିଛି । ଦକ୍ଷିଣ କାଶ୍ମୀରର ପୁଲୱାମା ଅନ୍ତର୍ଗତ ଚାନ୍ଦଗ୍ରାମ ଅଞ୍ଚଳରେ କିଛି ଆତଙ୍କବାଦୀ ଥିବା ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା । ବୁଧବାର ପାହାନ୍ତିରୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ପୋଲିସକୁ ଦେଖି ପ୍ରଥମେ ଗୁଳିଚାଳନା କରିଥିଲେ ଅଜ୍ଞାତ ଆତଙ୍କବାଦୀ । ଜବାବରେ ସମଗ୍ର ଅଞ୍ଚଳକୁ ଘେରାଉ କରି ପାଲଟା ଗୁଳିମାଡ କରିଥିଲେ ସୁରକ୍ଷାକର୍ମୀ । ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଜାରି ରହିଥିଲା ଗୁଳି ବିନିମୟ । ଏନକାଉଣ୍ଟରରେ ଜୈଶ-ଇ-ମହମ୍ମଦ ସଙ୍ଗଠନର ୩ ଆତଙ୍କବାଦୀ ନିହତ ହୋଇଥିଲେ । ସେଥିମଧ୍ୟରୁ ଜଣେ ପାକ୍ତିସ୍ତାନୀ ନାଗରିକ ଥିବା ଜଣାପଡ଼ିଛି ।

ଆତଙ୍କବାଦୀଙ୍କ ମୃତଦେହ ସହ ବିପୁଳ ପରିମାଣର ଗୁଳିଗୋଳା, ୨ଟି ଏମ୍-୪ କାର୍ବାଇନ୍, ଗୋଟିଏ ସିରିଜ ରାଫଲ ସହିତ ଅନେକ ଆପତ୍ତିଜନକ ଜବତ ହୋଇଛି ।

Comments are closed.