Latest Odisha News

୨୧ ବାଂଲାଦେଶୀ ନାଗରିକ ଗିରଫ: ବ୍ୟବହାର କରୁଥିଲେ ନକଲି ଆଧାର ଓ ଭୋଟର କାର୍ଡ

ପୁଣେ: ଆତଙ୍କବାଦ ନିରୋଧୀ ଶାଖା ପୁଣେ ଜିଲ୍ଲାର ରଞ୍ଜନଗାଁଓ ଏମଆଇଡିସି କ୍ଷେତ୍ର ନିକଟ କାରେଗାଓଁ ଅଞ୍ଚଳରେ ରହୁଥିବା ୨୧ ବାଂଲାଦେଶୀ ନାଗରିକଙ୍କୁ ବେଆଇନ ଭାବେ ଭାରତରେ ରହିବା ଅଭିଯୋଗରେ ଗିରଫ କରିଛି। ବିଶ୍ୱସନୀୟ ସୂଚନାକୁ ଆଧାର କରି ଏଟିଏସ୍ ଉକ୍ତ ଅଞ୍ଚଳରେ ଚଢାଉ କରିଥିଲା। ଏହି ସମୟରେ ୧୫ ଜଣ ପୁରୁଷ, ୪ ଜଣ ମହିଳା ଏବଂ ୨ ଜଣ ତୃତୀୟଲିଙ୍ଗିଙ୍କୁ ଗିରଫ କରିଛି। ଏମାନେ ଆଧାର କାର୍ଡ, ପାନ୍ କାର୍ଡ ଏବଂ ଭୋଟର ଆଇଡି ସମେତ ନକଲି ଭାରତୀୟ ପରିଚୟପତ୍ର ତିଆରି କରି ଭାରତରେ ବାସ କରୁଥିଲେ।

ପୁଣେ ଗ୍ରାମୀଣ ଏସପି ପଙ୍କଜ ଦେଶମୁଖଙ୍କ ଅନୁଯାୟୀ, ଅଭିଯୁକ୍ତଙ୍କ ବିରୋଧରେ ରଞ୍ଜନଗାଁଓ MIDC ଥାନାରେ ମାମଲା ରୁଜୁ ହୋଇଛି। ଗିରଫ ପରେ ଅଭିଯୁକ୍ତଙ୍କୁ ଆଜି (ବୁଧବାର) କୋର୍ଟରେ ହାଜର କରାଯାଇଛି। ଏପରି ୧୦ ଜଣ ଅଭିଯୁକ୍ତଙ୍କୁ ହେପାଜତକୁ କୋର୍ଟ ପଠାଇଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ଏଠାରେ ୬ ମାସ ଏବଂ କେତେକ ୧୦ ବର୍ଷ ଧରି ରହୁଥିଲେ। ଏହି ବାଂଲାଦେଶୀ କୌଣସି ଆତଙ୍କବାଦୀ ସଂଗଠନ ସହ ଜଡିତ କି ନାହିଁ ସେନେଇ ଅନୁସନ୍ଧାନ କରାଯାଉଛି ।

ଉକ୍ତ ବାଂଲାଦେଶୀ ନାଗରିକମାନଙ୍କର ଭାରତରେ ପ୍ରବେଶ ପଛର କାରଣ ଏବଂ ସେମାନଙ୍କର ପୃଷ୍ଠଭୂମି ମଧ୍ୟ ଯାଞ୍ଚ କରାଯାଉଛି। ଏହା ସହିତ ଯେଉଁମାନେ ଏହି ଲୋକଙ୍କୁ ନକଲି ଡକ୍ୟୁମେଣ୍ଟ୍ ପ୍ରଦାନ କରିଥିଲେ ଏବଂ ବାଂଲାଦେଶୀ ନାଗରିକମାନେ କାହିଁକି ଭାରତରେ ରହୁଥିଲେ? ଏହାର ମଧ୍ୟ ଅନୁସନ୍ଧାନ କରାଯାଉଛି। ତେବେ ଏହି ସାଧାରଣ ନାଗରିକଙ୍କ ମଧ୍ୟରୁ କେତେକ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ। ଯାଞ୍ଚ ବେଳେ ଏହା ମଧ୍ୟ ଜଣାପଡିଛି ଯେ, ଏହି ନାଗରିକମାନଙ୍କ ମଧ୍ୟରୁ କେତେକ ବିଭିନ୍ନ ବେଆଇନ ମାର୍ଗ ଦେଇ ଭାରତରେ ପ୍ରବେଶ କରିଛନ୍ତି। ଏଥିମଧ୍ୟରୁ କିଛି ପଶ୍ଚିମବଙ୍ଗ ସୀମା ଅତିକ୍ରମ କରି ଆଉ କେତେକ ସମୁଦ୍ର ପଥ ଦେଇ ଭାରତରେ ପ୍ରବେଶ କରିଥିଲେ।

 

Leave A Reply

Your email address will not be published.