Latest Odisha News

BREAKING NEWS

ପୁନେ ପୋର୍ସ କାର୍ ଦୁର୍ଘଟଣା: ମଦ ପିଇ ଗାଡି ଚଲାଉଥିବା ନେଇ ସ୍ବୀକାର କଲେ ନାବାଳକର ସାଙ୍ଗ

ପୁନେ: ପୁନେ ପୋର୍ସ କାର୍ ଦୁର୍ଘଟଣା ମାମଲାରେ ସାମ୍ନାକୁ ଆସିଲା ଆଉ ଏକ ଖବର । ପୋଲିସ ଆଗରେ ସତ ଓଗାଳିଲେ ଅଭିଯୁକ୍ତ ନାବାଳକର ସାଙ୍ଗମାନେ । ଦୁର୍ଘଟଣା ସମୟରେ ଅଭିଯୁକ୍ତ ଡ୍ରାଇଭର ମଦ ପିଇ ଗାଡ଼ି ଚଲାଉଥିବା ନେଇ ସେମାନେ ପୁଲିସକୁ କହିଛନ୍ତି । ଖାଲି ସେତିକି ନୁହେଁ ଦୁର୍ଘଟଣା ସମୟରେ ଗାଡିର ବେଗ ଘଣ୍ଟା ପ୍ରତି ୨୦୦ କିଲୋମିଟର ଥିଲା ବୋଲି ସେମାନେ ସ୍ବିକାର କରିଛନ୍ତି ।

ସୂଚନା ମୁତାବକ, ମେ’ ୧୮ ତାରିଖ ଶନିବାର ବିଳମ୍ବିତ ରାତିରେ ପୁନେର କଲ୍ୟାଣୀ ନଗରରେ ଦୁଇ ଜଣ ଆଇଟି ଇଞ୍ଜିନିୟର ଅଫିସ ରୁ ଫେରୁଥିବା ସମୟରେ ଏକ ପୋର୍ସ କାର୍ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣ ଆଇଟି ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଥିଲା ।

ତେବେ ଉକ୍ତ ପୋର୍ସ କାର୍ ଟି କୁ ପୁନେର ଜଣେ ବିଲଡର ଙ୍କ ନାବାଳକ ପୁଅ ଚଲାଉଥିବାବେଳେ କାର୍ ଭିତରେ ତାର ଆଉ ଦୁଇ ଜଣ ସାଙ୍ଗ ମଧ୍ୟ ଥିଲେ । ଦୁର୍ଘଟଣା ପରେ ନାବାଳକକୁ ବେଲ୍ ରେ ଛାଡି ଦେବା ପରେ । ଏହି ଘଟଣା ପୂର୍ବରୁ ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଯେଉଁ ଭିଡିଓରେ ନାବାଳକ ସହ ତାର ଦୁଇ ସାଙ୍ଗ ପବ୍ ଯାଇ ମଦ ପିଇ ନିଶାସକ୍ତ ଅବସ୍ଥାରେ ଏହି ଦୁର୍ଘଟଣା ଘଟାଇଥିଲେ । ଏହା ଦେଖିବା ପରେ ଅଭିଯୁକ୍ତ ନାବାଳକୁ ବାନ୍ଧିଥିଲା ପୋଲିସ । ପରେ ନାବାଳକଙ୍କ ବେଲ୍ ମଧ୍ୟ ନାମାଞ୍ଜୁର ହୋଇଯିବା ସହ ତାଙ୍କୁ ବାଳ ସୁଧାର ଗୃହକୁ ପଠାଯାଇଛି ।

Comments are closed.