Latest Odisha News

BREAKING NEWS

ମାର୍ଚ୍ଚ ୧୪ ଯାଏ ବନ୍ଦ ରହିବ ପୁଣେର ସମସ୍ତ ଶିକ୍ଷାନୁଷ୍ଠାନ

ମୁମ୍ବାଇ: କରୋନାର ନୂଆ ଷ୍ଟ୍ରେନ୍‌ ଏବେ ଚିନ୍ତାର କାରଣ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି ଅନେକ ସ୍ଥାନରେ ଲକ୍‌ଡାଉନ୍‌ ଏବଂ ସଟ୍‌ଡାଉନ୍‌ ଭଳି ପରିସ୍ଥିତି ମଧ୍ୟ ଉପୁଜିଲାଣି। କରୋନାର ବର୍ଦ୍ଧିତ ମାମଲାକୁ ନଜରରେ ରଖି ପୁଣେରେ ମାର୍ଚ୍ଚ ୧୪ ତାରିଖ ପର୍ଯ୍ୟନ୍ତ ରାତିର କର୍ଫ୍ୟୁ ବଢାଇଦିଆଯାଇଛି। ଏହାସହିତ ସହରର ସ୍କୁଲ, କଲେଜ, କୋଚିଂ କ୍ଲାସ୍ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି।

ଫେବୃଆରୀ ୨୪ ତାରିଖରୁ ସହରରେ ପ୍ରତିଦିନ ୧୦୦୦ରୁ ଅଧିକ ନୂଆ ମାମଲା ରୁଜୁ ହେଉଛି।
ଅତ୍ୟାବଶ୍ୟକ ସେବା ବ୍ୟତୀତ ସହରରେ ରାତି ୧୧ ଟାରୁ ସକାଳ ୬ ଟା ମଧ୍ୟରେ କୌଣସି ଜନ ଆନ୍ଦୋଳନକୁ ଅନୁମତି ମଧ୍ୟ ଦିଆଯିବ ନାହିଁ।

ପୁଣେ ମେୟର ମୁର୍ଲିଧର ମୋହୋଲ ଆଜି କହିଛନ୍ତି, “ଗତ ଅନେକ ଦିନ ଧରି ପୁଣେ ସହରରେ କରୋନାଭାଇରସ ମାମଲାରେ ବୃଦ୍ଧି ଘଟିଛି। ଏହି ପ୍ରସଙ୍ଗରେ ଫେବୃଆରୀ ୨୮ ପର୍ଯ୍ୟନ୍ତ ଲାଗୁ କରାଯାଇଥିବା ନିୟମ ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।”

ଜାନୁୟାରୀ ମାସରେ ଅନଲାଇନ୍ କ୍ଲାସ୍ ପରେ ପୁଣେ ଏହାର ଶିକ୍ଷାନୁଷ୍ଠାନଗୁଡ଼ିକୁ ଖୋଲିଥିଲା। ତେବେ କରୋନାର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଶିକ୍ଷା ଅନୁଷ୍ଠାନଗୁଡିକୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ପୁଣି ଥରେ ବନ୍ଦ କରାଯାଇଛି।

Comments are closed.