Latest Odisha News

BREAKING NEWS

[ଭିଡ଼ିଓ] ରାସ୍ତାରେ ବିକୁଥିଲା ମୋଜା, ଆସିଲା ମୁଖ୍ୟମନ୍ତ୍ରୀଙ୍କ ଡାକରା !

ଲୁଧିଆନା: ରାସ୍ତାରେ ବୁଲୁଥିଲା ଜଣେ ପଂଜାବୀ ନାବାଳକ । ବୁଲିବୁଲି ବିକୁଥିଲା ମୋଜା । ଖାସ ନିଜ ପରିବାରକୁ ସାମାନ୍ୟ ଆର୍ଥିକ ସହାୟତା ଦେବା ପାଇଁ । ଗତକାଲିର ଏହି ଭିଡିଓଟି ବହୁଳ ମାତ୍ରାରେ ଭାଇରାଲ୍ ହୋଇଥିଲା । ଏହି ଭିଡିଓ ଅନେକଙ୍କ ମନରେ ଛାପିଥିଲା କରୋନା ଭୟାବହତା ଓ ଲକଡାଉନ୍ ପ୍ରଭାବର ପ୍ରତିଛବି ।

ଲୁଧିଆନାର ଏହି ଘଟଣା ବିଷୟରେ ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂ ଜାଣିବାକୁ ପାଇଥିଲେ । କାଳ ବିଳମ୍ବ ନକରି ପିଲାଟିକୁ ଭିଡିଓ କଲ୍ କରି ତାଙ୍କ ପରିବାରକୁ ସହାୟତା ଆଶ୍ୱାସନା ଦେବା ସହ ପ୍ରାଥମିକ ପର୍ଯ୍ୟାୟରେ ୨ ଲକ୍ଷ ଟଙ୍କା ମଧ୍ୟ ପ୍ରଦାନ କରିଛନ୍ତି ।

ପିଲାଟିର ପରିଚୟ ହେଉଛି ବଂଶ ସିଂ । ବୟସ ମାତ୍ର ୧୦ ବର୍ଷ । ନିଜ ପରିବାରକୁ ଆର୍ଥିକ ସହାୟତା ଦେବା ଲାଗି ଇଛା ବିରୋଧରେ ପାଠ ପଢା ଛାଡି ଜୀବନ ସହ ସଂଘର୍ଷ କରିବାକୁ ଅଣ୍ଟା ଭିଡିଥିଲା । ଏହି ଭିଡିଓଟିକୁ ଉତ୍ତୋଳନ କରିଥିବା ବ୍ୟକ୍ତି ଜଣକ ବଂଶକୁ ୫୦ ଟଙ୍କା ଯାଚିଥିଲେ । ହେଲେ ସେ ଟଙ୍କା ନେବାକୁ ବେଶ ନମ୍ରତାର ସହ ପ୍ରତ୍ୟାଖ୍ୟାନ କରିଥିଲେ । ପିଲାଟିର ଏହି ପ୍ରତ୍ୟାଖ୍ୟାନ ହିଁ ପଂଜାବ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଭାବିତ କରିଥିଲା ।

ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ବଂଶକୁ ପୁଣିଥରେ ସ୍କୁଲରେ ଭର୍ତ୍ତି କରାଇବା ସହ ତାଙ୍କର ସମସ୍ତ ଶିକ୍ଷା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବା ନେଇ ଘୋଷଣା କରିଛନ୍ତି । ବଂଶଙ୍କ ବାପା ମଧ୍ୟ ମୋଜା ବିକ୍ରୟ କରିଥାନ୍ତି । ମାଆ ରାନୀ ଘରେ ରହି ବଡ ପୁଅ ବଂଶ, ସାନ ପୁଅ ଓ ତିନି ଝିଅଙ୍କୁ ନେଇ ସଂସାର ସମ୍ଭାଳିଥାନ୍ତି । ହାଇବୋୱାଲ୍ ଅଂଚଳରେ ବଂଶଙ୍କ ପରିବାର ଏକ ଭଡା ଘରେ ରହୁଛନ୍ତି ।

Leave A Reply

Your email address will not be published.