Latest Odisha News

ପଞ୍ଜାବ ଛାଡି ଦିଲ୍ଲୀରେ ଡେରା ପକାଇଛନ୍ତି କଂଗ୍ରେସ ନେତା

ନୂଆଦିଲ୍ଲୀ : ପଞ୍ଜାବ ଛାଡ଼ି ଏବେ ଦିଲ୍ଲୀରେ ଡେରା ପକାଇଛନ୍ତି କଂଗ୍ରେସ ନେତା । ଦଳରେ ଲାଗି ରହିଥିବା ଅନ୍ତଃକନ୍ଦଳ ଓ ଆଗାମୀ ବିଧାନସଭା ନିର୍ବାଚନ ନେଇ ରାହୁଲ ଗାନ୍ଧିଙ୍କ ସହ ଆଲୋଚନା କରିଛନ୍ତି ପଞ୍ଜାବ କଂଗ୍ରେସ ମୁଖ୍ୟ ସୁନିଲ୍ ଝାକର, ଅର୍ଥମନ୍ତ୍ରୀ ମନପ୍ରିତ୍ ସିଂ ବାଦଲ ଓ ସାଂସଦ ପ୍ରତାପ ସିଂ ବାଜଓ୍ବା । ଦଳରେ ଲାଗି ରହିଥିବା ସାମ୍ପ୍ରତିକ ସ୍ଥିତି ନେଇ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଛନ୍ତି ରାହୁଲ ଗାନ୍ଧି ।

ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସ ଏକ ହୋଇ ନିର୍ବାଚନ ଲଢିବେ ବୋଲି କହିଛନ୍ତି ସନିଲ୍ ଝାକର । ଗତକାଲି ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ସୋନିଆ ଗାନ୍ଧିଙ୍କ ଦ୍ବାରା ଗଠିତ ତିନି ଜଣିଆ କମିଟିକୁ ଭେଟିଥିଲେ । କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଓ ଅନ୍ୟ କିଛି ନେତାଙ୍କୁ ନେଇ ଅସନ୍ତୁଷ୍ଟ ଅଛନ୍ତି କ୍ୟାପଟେନ୍ ଅମରିନ୍ଦର । ପଞ୍ଜାବରେ ସ୍ଥିତି ଏଭଳି ହୋଇଛି ଯେ, ଗତ ମାସକ ମଧ୍ୟରେ ଅନେକ ଥର କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟି ସାରିଲେଣି ପଞ୍ଜାବ କଂଗ୍ରେସ ନେତା । ତେବେ ଆଗାମୀ ବିଧାନସଭା ନିର୍ବାଚନରେ ସମସ୍ତ ନେତା କିପରି ଏକ ହୋଇ ଲଢିବେ ତାଉପରେ ଗୁରୁତ୍ବ ଦେଉଛନ୍ତି କଂଗ୍ରେସ ହାଇକମାଣ୍ଡ ।

Leave A Reply

Your email address will not be published.