Latest Odisha News

BREAKING NEWS

ମହଙ୍ଗା ପଡ଼ିଲା ନକଲି କରୋନା ଔଷଧ ବିକିବା, ୩ ଜଣଙ୍କୁ ବାନ୍ଧିଲା ଏସଟିଏଫ

ଭୁବନେଶ୍ବର : ମହଙ୍ଗା ପଡ଼ିଲା ନକଲି କରୋନା ଔଷଧ ବିକ୍ରି କରିବା । ନକଲି ଔଷଧ ବିକ୍ରି କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ୩ ଜଣ । ଏହି ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ । ମେଡିଲ୍‌ଏଡ୍‌ ମେଡିକେମେଣ୍ଟ ପ୍ରାଇଭେଟ୍‌ ଲିମିଟେଡର୍‌ ନିର୍ଦ୍ଦେଶକ ଓ କମ୍ପାନୀର ୨ ଜଣ ସଦସ୍ୟଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେହିପରି ଅଭିଯୁକ୍ତ ଓ କମ୍ପାନୀର ବ୍ୟାଙ୍କ ଆକାଉଣ୍ଟରେ ଥିବା ୫୦ ଲକ୍ଷରୁ ଅଧିକ ଟଙ୍କା ଜବତ କରାଯାଇଛି ।

କ୍ରାଇମବ୍ରାଞ୍ଚ ଏସ୍‌ଟିଏଫର ତଦନ୍ତରୁ ଜଣାପଡିଛି ଯେ, ଏମାନେ ମେଡିସିନ୍ ଷ୍ଟ୍ରିପ ପିଛା ୬୫ ଟଙ୍କାରେ କିଣି ୧୨୯୦ ଟଙ୍କାରେ ବିକିବାକୁ ଯୋଜନା କରୁଥିଲେ । ଘଟଣାରେ ଓଡ଼ିଶା, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ଚଢାଉ କରିଥିଲା କ୍ରାଇମବ୍ରାଞ୍ଚ । କିଛି ଦିନ ପୂର୍ବରୁ କଟକ କନିକା ଛକରୁ ନକଲି କରୋନା ମେଡିସିନ୍‌ ଜବତ ହୋଇଥିଲା । ଏହି ଘଟଣା ଜଣାପଡିବା ପରେ ଆରମ୍ଭ ହୋଇଥିଲା ତନାଘନା । ସାରା ରାଜ୍ୟରେ ଛାନଭିନ୍ କରିଥିଲା ଡ୍ରଗ୍ସ କଣ୍ଟ୍ରୋଲ ସ୍କ୍ୱାଡ୍‌ । ଚଢ଼ାଉ ବେଳେ ବିଭିନ୍ନ ସ୍ଥାନରୁ ଜବତ ହୋଇଥିଲା ନକଲି ଔଷଧ । ତେବେ ଏଭଳି ନକଲି ଔଷଧ ଜବତ ହେବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲା ସ୍ବାସ୍ଥ୍ୟ ବିଭାଗ । ଏପରିକି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.