Latest Odisha News

BREAKING NEWS

ପଞ୍ଜାବରେ ତୀବ୍ର ସଙ୍କଟ ସୃଷ୍ଟି କଲା ବିଦ୍ୟୁତ ଅଭାବ

ପଞ୍ଜାବ : ପଞ୍ଜାବରେ ବିଦ୍ୟୁତ ଅଭାବ ସୃଷ୍ଟି କରିଛି ତୀବ୍ର ସଙ୍କଟ । ପ୍ରବଳ ଗରମ ଓ ବିଦ୍ୟୁତ ଅଭାବ ଯୋଗୁ ନୂଆ ନିଷ୍ପତ୍ତି ନେଇଛନ୍ତି ପଞ୍ଜାବ ସରକାର । ଏଣିକି ସରକାରୀ ଅଫିସ ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ଏହି ନିଷ୍ପତ୍ତି ବଳବତ୍ତର ରହିବ ବୋଲି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଆଯାଇଛି ନିଷ୍ପତ୍ତି ।

BjdElectrycity

ନୂଆ ନିର୍ଦ୍ଦେଶନାମା ଅନୁସାରେ, ଅଫିସ ସମୟ ମଧ୍ୟରେ ଏସି ଚାଲିବ ନାହିଁ । ଏନେଇ ବିଜ୍ଞପ୍ତି ଜାରି କରିଛି ପର୍ସୋନେଲ ବିଭାଗ । ବିଜୁଳି ସଙ୍କଟକୁ ନେଇ ଆନ୍ଦୋଳନରୁ ଓହରିଯିବା ଲାଗି ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ । ବିଜୁଳି ଅଭାବରୁ ଚାଷୀମାନେ ମଧ୍ୟ ସମସ୍ୟାରେ ପଡ଼ିଛନ୍ତି । ଗୁରୁତର ବିଦ୍ୟୁତ ଅଭାବ ଯୋଗୁ ରାଜ୍ୟରେ ଧାନଚାଷ ପ୍ରଭାବିତ ହୋଇଛି ।

ପଞ୍ଜାବରେ ଦୈନିକ ବିଜୁଳି ଚାହିଦା ୧୪ ହଜାର ମେଗାୱାଟରୁ ଅଧିକ ରହୁଛି । ବୁଧବାର ବିଜୁଳି ଚାହିଦା ୧୪ ହଜାର ୧୪୨ ମେଗାୱାଟ ଥିଲା । କିନ୍ତୁ ବିଦ୍ୟୁତ୍ ଯୋଗାଣ ୧୨ ହଜାର ୮୪୨ ମେଗାୱାଟ ଥିବା ବେଳେ, ତାଠଶରୁ ଅଧିକ ରହୁଛି ଚାହିଦା । ଯେଉଁଥିପାଇଁ ପଞ୍ଜାବ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି ।

Leave A Reply

Your email address will not be published.