Latest Odisha News

BREAKING NEWS

ଏଣିକି ଗର୍ଭବତୀ ନେଇପାରିବେ କରୋନା ଟିକା

ନୂଆଦିଲ୍ଲୀ : ମହାମାରୀ କରୋନାର ଭୟାବହତା ଭିତରେ ଗର୍ଭବତୀଙ୍କୁ ଆଶ୍ବସ୍ତି । ଏବେ କରୋନା ଟିକା ନେବେ ଗର୍ଭବତୀ । ଏନେଇ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଜାରି ହୋଇଛି ନିର୍ଦ୍ଦେଶନାମା ।

ବିଭିନ୍ନ ଆଲୋଚନା ଓ ତର୍ଜମା ପରେ ଗର୍ଭବତୀଙ୍କ କରୋନା ଟିକା ଦେବାକୁ ନିଷ୍ପତ୍ତି ନିଆଯାଇଛି । ମହାମାରୀରୁ ଗର୍ଭବତୀଙ୍କୁ ସୁରକ୍ଷା ଦେବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ତେବେ ଗର୍ଭବତୀମାନେ ଚାହିଁଲେ କୋୱିନ ଆପ୍‌ରେ ପଞ୍ଜୀକରଣ କରି ସ୍ଲଟ ବୁକିଂ କରିପାରିବେ । କିମ୍ବା ଟିକାକରଣ କେନ୍ଦ୍ରକୁ ଯାଇ ଟିକା ନେଇପାରିବେ ।

ଗର୍ଭାବସ୍ଥା ସମୟରେ ଟିକା ନେଲେ ସମସ୍ୟା ସୃଷ୍ଟି ପରବାରେ ବୋଲି ସନ୍ଦେହ କରାଯାଉଥିଲା । ଯାହାକି ଉଭୟ ମା ଓ ଶିଶୁଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଥିଲା । ଏପରିକି ଗର୍ଭବତୀଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଏହାର କୁପ୍ରଭାବ ପଡ଼ିପାରେ ବୋଲି ଆଲୋଚନା କରାଯାଉଥିଲା । କିନ୍ତୁ ସବୁ ତର୍ଜମା ଓ ପରୀକ୍ଷା ପରେ ଏବେ ଗର୍ଭବତୀ କରୋନା ଟିକା ନେଇପାରିବେ ବୋଲି ନିଷ୍ପତ୍ତି ନେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । NTAGI ମଧ୍ୟ ଗତ ସପ୍ତାହରେ ଗର୍ଭବତୀଙ୍କୁ ଟିକାକରଣ ଅଭିଯାନରେ ସାମିଲ କରିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲା ।

Leave A Reply

Your email address will not be published.