Latest Odisha News

BREAKING NEWS

କେନ୍ଦ୍ରର ବିଏସଏଫ ସୀମା ପରିସର ବୃଦ୍ଧି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ପଞ୍ଜାବ ସରକାର

ଚଣ୍ଡୀଗଡ: କେନ୍ଦ୍ର ସରକାରଙ୍କ ବିଏସଏଫ ସୀମା ପରିସର ବୃଦ୍ଧି ନେଇ ଶନିବାର ପଞ୍ଜାବ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ବିରୋଧରେ ଆରମ୍ଭରୁ ପଞ୍ଜାବ ବିରୋଧ କରି ଆସୁଥିଲା । ପାକିସ୍ତାନ ଓ ବାଂଲାଦେଶକୁ ସୀମାକୁ ଲାଗିଥିବା ପଞ୍ଜାବ, ଆସାମ ଓ ପଶ୍ଚିମବଙ୍ଗର ୫୦ କିଲୋମିଟର ଭିତରକୁ ଯାଇ ବିଏସଏଫ ତାର କାର୍ଯ୍ୟ କରିପାରିବ ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ଚରଣ ଜିତ ସିଂ ଚନ୍ନି ଏ ନେଇ ଗୃହମନ୍ତ୍ରୀଙ୍କୁ ନିବେଦନପ କରିଥିଲେ । ମାତ୍ର ଏଥିନେଇ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ ଏବେ ସେ ମୋକଦ୍ଦମା ଦାୟର କରିଛନ୍ତି । ୪ ସପ୍ତାହ ପରେ କୋର୍ଟରେ ଏହି ମାମଲା ଉପସ୍ଥାପିତ ହେବ ।

Leave A Reply

Your email address will not be published.