Latest Odisha News

BREAKING NEWS

ଭୁବନେଶ୍ବରରେ କେନ୍ଦ୍ରୀୟ ଟିମ୍, ବାତ୍ୟା ଜଓ୍ବାଦ ଜନିତ କ୍ଷୟକ୍ଷତିର କରିବେ ଅନୁଧ୍ୟାନ

ଭୁବନେଶ୍ବର : ବାତ୍ୟା ଜଓ୍ବାଦ ଜନିତ କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ଭୁବନେଶ୍ବରରେ ପହଞ୍ଚିଛି କେନ୍ଦ୍ରୀୟ ଟିମ୍ । କେନ୍ଦ୍ର ଗୃହ ବିଭାଗର ଯୁଗ୍ମ ସଚିବ ସୌରଭ ରୟଙ୍କ ନେତୃତ୍ବରେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ୪ ଜଣିଆ ପ୍ରତିନିଧି ଦଳ । ତିନିଟି ଟିମ୍ ହୋଇ ୬ଟି ଜିଲ୍ଲାକୁ ଗସ୍ତ କରି କ୍ଷୟକ୍ଷତି ଆକଳନ କରିବେ ଏହି କେନ୍ଦ୍ରୀୟ ଟିମ୍ ।

ଟିମରେ କୃଷି, ଶକ୍ତି, ଅର୍ଥ, ଜାତୀୟ ରାଜପଥ ଓ ସଡକ ପରିବହନ, ମତ୍ସ୍ୟ ଓ ଗ୍ରାମ୍ୟ ଉନ୍ନୟନ ଭଳି ୬ଟି ବିଭାଗର ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି । ୩ଟି ଭାଗରେ ପର୍ଯ୍ୟାୟକ୍ରମେ ଗଞ୍ଜାମ, ପୁରୀ, ଜଗତସିଂହପୁର, କଟକ, ଯାଜପୁର, କେନ୍ଦ୍ରାପଡା ଗସ୍ତ କରି କ୍ଷୟକ୍ଷତିର ଅନୁଧ୍ୟାନ କରିବେ । ଭୁବନେଶ୍ବର ଫେରିବା ପରେ ରାଜ୍ୟ ଅଧିକାରୀଙ୍କ ସହ ଆଲୋଚନା କରି ଦିଲ୍ଲୀ ଫେରିଯିବେ ଟିମ୍ କେନ୍ଦ୍ରୀୟ ଟିମ୍ । କ୍ଷୟକ୍ଷତି ଆକଳନ କରି ୭ଦିନ ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ରିପୋର୍ଟ ପ୍ରଦାନ କରିବା ।

Leave A Reply

Your email address will not be published.