Latest Odisha News

BREAKING NEWS

ସର୍ବଭାରତୀୟ ସଫ୍ଟବଲ ଚାମ୍ପିୟନଶିପ: ଉଭୟ ବିଭାଗର ଫାଇନାଲରେ ପଞ୍ଜାବ

ପୁରୀ: ତାଳବଣିଆ ସ୍ପୋର୍ଟ୍ସ କମ୍ପେ୍ଲକ୍ସରେ ଚାଲିଥିବା ସର୍ବଭାରତୀୟ ସଫ୍ଟବଲ ଚାମ୍ପିୟନଶିପର ପଞ୍ଜାବ ଉଭୟ ବିଭାଗର ଫାଇନାଲରେ ପ୍ରବେଶ କରିଛି । ଗୁରୁବାର ଫାଇନାଲ ମ୍ୟାଚ ଆୟୋଜିତ ହେବ । ମହିଳା ବିଭାଗ ଫାଇନାଲରେ ପଞ୍ଜାବ ଓ ମହାରାଷ୍ଟ୍ର ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହେବେ । ସେମିରେ ମହାରାଷ୍ଟ୍ର ୧-୦ରେ କେରଳକୁ ଓ ପଞ୍ଜାବ ୪-୦ରେ ଛତିଶଗଡକୁ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି । ପୁରୁଷ ବିଭାଗ ଫାଇନାଲ ମ୍ୟାଚ ପଞ୍ଜାବ ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଖେଳାଯିବ । ପ୍ରଥମ ସେମିଫାଇନାଲରେ ପଞ୍ଜାବ ୬-୫ରେ ଛତିଶଗଡକୁ ଓ ଆନ୍ଧ୍ରପ୍ରଦେଶ ୨-୦ରେ ମଧ୍ୟପ୍ରଦେଶକୁ ହରାଇ ଫାଇନାଲକୁ ଉନ୍ନୀତ ହୋଇଛନ୍ତି ।

ବୁଧବାର ପୂର୍ବତନ ନଗରପାଳ ଗୌରହରି ପ୍ରଧାନ ଓ ସମାଜସେବୀ ଚକ୍ରଧର ମହାପାତ୍ର ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଗୁରୁବାର ଉଦଯାପନୀ ଓ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହେବ ।

Leave A Reply

Your email address will not be published.