Latest Odisha News

BREAKING NEWS

JSP ଫାଉଣ୍ଡେସନ୍ ପକ୍ଷରୁ ଅନୁଗୁଳର ୪୦ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ

ଭୁବନେଶ୍ୱର: ଜେଏସପି ଫାଉଣ୍ଡେସନ୍ ପକ୍ଷରୁ ଓ.ପି. ଜିନ୍ଦଲ ଷ୍ଚାର ସ୍କଲରାସିପ୍ ଏବଂ ଓ.ପି. ଜିନ୍ଦୱ ଜୁଏଲ୍ ସ୍କଲାରସିପ୍ ଅନୁଗୁଳର ୪୦ ଜଣ ମେଧାବୀ ଶିକ୍ଷାର୍ଥୀଙ୍କୁ ଦିଆଯାଇଛି । ଅନୁଗୁଳ ଅଡିଏମ୍ ସନ୍ତୋଷ ପ୍ରଧାନଙ୍କ ଉପସ୍ଥିତିରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ୍ ଚେକ୍ ପ୍ରଦାନ କରିଛନ୍ତି ଜେଏସପିର କାର୍ଯ୍ୟକାରୀ ନିର୍ଦ୍ଦେଶକ ଦାମୋଦର ମିତ୍ତଲ, ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ଏବଂ ଅନ୍ୟମାନେ ।

ଏଡିଏମ୍ ସନ୍ତୋଷ ପ୍ରଧାନ ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ ହେବା ପାଇଁ ଉପଦେଶ ଦେଇଥିଲେ । ସମାଜ ପ୍ରତି ଜେଏସପି ଏବଂ ଜେଏସପି ଫାଉଣ୍ଡେସନର ଦାୟିତ୍ୱବୋଧକୁ ସେ ସାଧୁବାଦ ଜଣାଇଛନ୍ତି । ଦାମୋଦର ମିତ୍ତଲ କହିଛନ୍ତି, ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ । ସେଥିପାଇଁ ସେ ପ୍ରତିଷ୍ଠାତା ଓମ୍ ପ୍ରକାଶ ଜିନ୍ଦଲଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇ କହିଛନ୍ତି, ଲକ୍ଷ୍ୟ ହାସଲ ପାଇଁ କଠନ ପରିଶ୍ରମ କର । ବୃତ୍ତି ପାଇଥିବା ୪୦ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୧୩ ଜଣ ଓପି ଜିନ୍ଦଲ ସ୍କଲାରସିପ୍ ଏବଂ ୨୭ ଜଣ ଓପି ଜିନ୍ଦଲ ଷ୍ଟାର ସ୍କଲାରସିପ୍ ପାଇଛନ୍ତି । ୨୦୧୦ରୁ ଏହି ସ୍କଲାରସିପ୍ ଦିଆଯାଉଛି ।

Leave A Reply

Your email address will not be published.