Latest Odisha News

BREAKING NEWS

ଧାୱନଙ୍କ ୫୦ତମ ଅର୍ଦ୍ଧଶତକ, କୋଲକାତା ସମ୍ମୁଖରେ ୧୮୦ ରନର ଲକ୍ଷ୍ୟ

କୋଲକାତା: ଚଳିତ ଆଇପିଏଲରେ ସୋମବାର ଅନୁଷ୍ଠିତ ମୁକାବିଲାରେ ପଞ୍ଜାବ କିଙ୍ଗସ ୧୮୦ ରନର ବିଜୟ ଲକ୍ଷ୍ୟ କୋଲକାତା ନାଇଟ ରାଇଡର୍ସ ସମ୍ମୁଖରେ ରଖିଛି । ଟସ ଜିତି ପଞ୍ଜାବ ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା । ଅଧିନାୟକ ଶିଖର ଧାୱନଙ୍କ ଆକର୍ଷଣୀୟ ୫୭ ରନ ଯୋଗୁ ଦଳ କୋଲକାତା ସମ୍ମୁଖରେ ଏକ ପ୍ରତିଦ୍ୱନ୍ଦ୍ୱିତାମୂଳକ ଟାର୍ଗେଟ ଦେବାରେ ସଫଳ ହୋଇଛି । ଶାହାରୁଖ ଖାଁ ଶେଷ ଭାଗରେ ଦ୍ରୁତ ୨୧ ରନ କରି ଅପରାଜିତ ରହିଥିଲେ । ଜିତେଶ ଶର୍ମା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ୨୧ ରନର ଯୋଗଦାନ ଦେଇଥିଲେ ।

କୋଲକାତା ପକ୍ଷରୁ ବରୁଣ ଚକ୍ରବର୍ତି ସବୁଠାରୁ ସଫଳ ବୋଲର ଭାବେ ୩ଟି ଏବଂ ହର୍ଷିତ ରାଣା ୨ଟି ୱିକେଟ ନେଇଥିଲେ । ପଞ୍ଜାବ ୧୦ ମ୍ୟାଚରୁ ୧୦ ଏବଂ କୋଲକାତା ସମାନ ସଂଖ୍ୟକ ମ୍ୟାଚ ଖେଳି ୮ ପଂଏଟ ହାସଲ କରିଛି । ପ୍ଲେଅଫ ପ୍ରବେଶ ପାଇଁ ଏବେ ବିଜୟ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନ ଥିବାରୁ ଉଭୟ ଦଳ ମଧ୍ୟରେ ମୁକାବିଲା ରୋମାଂଚକ ହେବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.