Latest Odisha News

BREAKING NEWS

ପୁନର୍ବାର ବିବାଦରେ ମହାନ ଗଲ୍ଫର ଟାଇଗର ଉଡ୍ସ, ଯୌନ ଶୋଷଣ ଅଭିଯୋଗ ଆଣିଲେ ପୂର୍ବତନ ଗର୍ଲଫ୍ରେଣ୍ଡ

କାଲିଫର୍ଣ୍ଣଆ: ଗଲ୍ଫର ମହାନ ଖେଳାଳି ଆମେରିକାର ଟାଇଗର ଉଡ୍ସ ପୁନର୍ବାର ବିବାଦରେ ଫସିଛନ୍ତି । ଉଡ୍ସଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଏରିକା ରେହମାନ ତାଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି । ଏରିକା କହିଛନ୍ତି ସେ ଯେତେବେଳେ ଉଡ୍ସଙ୍କ ହୋଟେଲରେ କାମ କରୁଥିଲେ ସେତେବେଳେ ଏହି ଗଲ୍ଫର ଜଣଙ୍କ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ । ମନା କଲେ ଚାକିରୀରୁ ବାହାର କରିଦେବେ ବୋଲି ଧମକ ଦେଉଥିଲେ । ହରମନଙ୍କ ସହ ଉଡ୍ସ ୫ ବର୍ଷ ପର୍ଯ୍ୟନ୍ତ ଡେଟ କରିଥିଲେ । ଏପରିକି ଉଭୟ ଏକତ୍ର ଦକ୍ଷିଣ ଫ୍ଲୋରିଡା ସ୍ଥିତ ଘରେ ରହିଥିଲେ । ଏବେ ହରମନ ତାଙ୍କ ଓକିଲଙ୍କ ମାଧ୍ୟମରେ କ୍ଷତିପୂରଣ ଦାବୀ କରିଛନ୍ତି । ଅକ୍ଟୋବର ୨୦୨୨ରେ ଉଭୟ ଅଲଗା ହୋଇଥିଲେ ।

ଉଭୟଙ୍କ ମଧ୍ୟରେ ଏ ନେଇ ଏକ ଚୁକ୍ତି ମଧ୍ୟ ହୋଇଥିଲା ବୋଲି ଉଡ୍ସଙ୍କ ଓକିଲ ଦାବୀ ଉପସ୍ଥାପନ କରିଛନ୍ତି । ଚୁକ୍ତି ମିଆଦ ଶେଷ ହେବା ପରଠାରୁ ହରମନ ୩୦ ମିଲିୟନ ଡଲାର ଦାବୀ କରିବା ଯୁକ୍ତିଯୁକ୍ତ ନୁହେଁ ବୋଲି ସେ କହିଛନ୍ତି । ଉଡ୍ସ ତାଙ୍କୁ ଘରୁ ବାହାର କରି ଦେଇଥିଲେ ବୋଲି ହରମନଙ୍କ ଯୁକ୍ତିକୁ ମଧ୍ୟ ଓକିଲ ଖଣ୍ଡନ କରିଛନ୍ତି । ଚୁକ୍ତି ଅନୁସାରେ ସେ ଚାହିଁଥିଲେ ଆଉ ୫ ବର୍ଷ ସେହି ଘରେ ରହି ପାରିଥାନ୍ତେ । ମାତ୍ର ହରମନ କୌଣସି ପ୍ରକାରର ଉଦ୍ୟମ ନ କରି ସେ ସ୍ଥାନ ଛାଡି ସ୍ୱତଃ ପଳାଇ ଆସିଥିଲେ ବୋଲି କହିଛନ୍ତି ।

Leave A Reply

Your email address will not be published.