Latest Odisha News

ୟର୍କର ମାରି ୨୪ ଲକ୍ଷ ଟଙ୍କାର ଷ୍ଟମ୍ପ ଭାଙ୍ଗିଲେ ଅର୍ଶଦୀପ ସିଂହ; ପଞ୍ଜାବର ଜବରଦସ୍ତ ପ୍ରତ୍ୟାବର୍ତ୍ତନ

ମୁମ୍ବାଇ: ଗତକାଲି ଆଇପିଏଲ୍‌ରେ ୩୧ ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି ପଞ୍ଜାବ କିଙ୍ଗ୍ସ। ମ୍ୟାଚ୍‌ରେ ମୁମ୍ବାଇ ଶେଷ ପର୍ଯ୍ୟନ୍ତ ଲଢ଼େଇ କରିଥିଲେ ବି ଦଳ ୧୩ ରନ୍‌ରେ ପରାଜିତ ହୋଇଥିଲା।

ଗତକାଲିର ମ୍ୟାଚରେ ପଞ୍ଜାବର ଅର୍ଶଦୀପ ସିଂହ ସବୁଠାରୁ ଭୟଙ୍କର ବୋଲର ସାବ୍ୟସ୍ତ ହୋଇଛନ୍ତି। ସେ  ଲଗାତର ଦୁଇଟି ୟୋର୍କର କରି ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳୁଥିବା ତିଲକ ଓ ନେହଲ ୱାଧେରାଙ୍କ ୱିକେଟ୍ ନେଇଥିଲେ। ଏହି ଦୁଇଟିଯାକ ବଲ୍‌ରେ ସେ ମଝି ଷ୍ଟମ୍ପ ଭାଙ୍ଗି ଦେଇଥିଲେ। ମାତ୍ର ଦୁଇଟି ବଲ୍‌ରେ ୨୪ ଲକ୍ଷ ଟଙ୍କା ପାଣିରେ ପଡ଼ିଲା।

ଜଣେ ଷ୍ଟାଡିୟମ କର୍ମକର୍ତ୍ତାଙ୍କ ସୂଚନା ଅନୁସାରେ, ଅର୍ଶଦୀପ ଯେଉଁ ଷ୍ଟମ୍ପ ଭାଙ୍ଗିଛନ୍ତି ତାର ଗୋଟିଏ ଯୋଡ଼ିର ମୂଲ୍ୟ ୪୮ ହଜାର ନ୍ୟୁଜିଲାଣ୍ଡ ଡଲାର। ଯଦି ଗୋଟିଏ ଷ୍ଟମ୍ପ ଭାଙ୍ଗିଲା ତେବେ ଅନ୍ୟ ଷ୍ଟମ୍ପଗୁଡ଼ିକ ମଧ୍ୟ ଅଦରକାରୀ ହୋଇପଡ଼େ ବୋଲି ସେ କହିଛନ୍ତି। ତେଣୁ ଦୁଇଟି ଷ୍ଟମ୍ପ ଭାଙ୍ଗିଥିବାର ଅନ୍ୟ ଷ୍ଟମ୍ପଗୁଡ଼ିକ ମଧ୍ୟ ଖରାପ ହୋଇଯାଇଛି। ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୨୪ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି।

କାଲିର ମ୍ୟାଚ୍ କଥା ଦେଖିଲେ, ଟସ୍ ହାରି ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ଵିକେଟ୍ ହରାଇ ୨୧୪ ରନ୍ କରିଥିଲା। ଦଳ ପକ୍ଷରୁ ଅଧିନାୟକ ସାମ କୁରନ ୫୫ ରନର ବିସ୍ଫୋରକ ଇନିଂସ ଖେଳିଥିବା ବେଳେ ହରପ୍ରୀତ ସିଂ ଭାଟ୍ଟିଆ ୪୧ ରନ କରିଥିଲେ।

୨୧୫ ରନ୍‌ର ଟାର୍ଗେଟ୍ ନେଇ ମୁମ୍ବାଇ ୬ ୱିକେଟ୍ ହରାଇବା ସହ ମାତ୍ର ୨୦୧ ରନ୍ କରିପାରିଥିଲା। ମୁମ୍ବାଇ ପକ୍ଷରୁ କ୍ୟାମେରୁନ ଗ୍ରୀନଙ୍କ ୬୭, ସୂର୍ଯ୍ୟକୁମାର ଯାଦବଙ୍କ ୫୭ ରନ ଏବଂ ରୋହିତ ଶର୍ମାଙ୍କ ୪୪ ରନ କରିବାରେ ସକ୍ଷମ ହୋଇଥିଲେ।

ପଞ୍ଜାବ ପକ୍ଷରୁ ଅର୍ଶଦୀପ ସିଂହ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ସେ ମାତ୍ର ୨୯ ରନ ଦେଇ ଓ୍ଵିକେଟ୍ ନେଇଥିଲେ। ପଞ୍ଜାବର ଏହି ବିଜୟ ସହ ଦଳ  ୭ଟି ମ୍ୟାଚ୍ ଖେଳି ୪ଟିରେ ବିଜୟ ହୋଇଛି। ସେହିପରି ମୁମ୍ବାଇ ଇଣ୍ଡିଆନ୍ସ କ୍ରମାଗତ ତୃତୀୟ ବିଜୟ ପରେ ପ୍ରଥମ ଥର ପରାଜୟ ହୋଇଛି। 

Comments are closed.