Latest Odisha News

BREAKING NEWS

ସମ୍ବଲପୁରରେ ସ୍ୱାଭାବିକ୍‌ ଇଣ୍ଟରନେଟ୍‌ ସେବା, କୋହଳ ହେଲା କର୍ଫ୍ୟୁ

ସମ୍ବଲପୁର: ସୁଧୁରିଲା ସମ୍ବଲପୁର ସ୍ଥିତି । ସଚଳ ହେଲା ଇଣ୍ଟରନେଟ୍ ସେବା  । ଆଜି ସକାଳ ୬ଟାରୁ ସମ୍ବଲପୁରରେ ମୋବାଇଲରେ ଇଣ୍ଟରନେଟ୍ ସେବା ସଚଳ ହୋଇଛି । ଫଳରେ ଲୋକଙ୍କ ଭିତରେ ଆନନ୍ଦର ଲହରୀ ଖେଳିଯାଇଛି। ଦୀର୍ଘ ୧୦ ଦିନ ପରେ ଜିଲ୍ଲାରେ ଇଣ୍ଟରନେଟ୍ ସେବା ସ୍ୱାଭାବିକ ହୋଇଛି । ସେହିପରି ଆଜି କର୍ଫ୍ୟୁ କୋହଳ ୧୫ ଘଣ୍ଟା କୋହଳ ହୋଇଛି । ଏଣିକି ସକାଳ ୫ଟାରୁ ରାତ୍ରି ୮ ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ରହିବ ।

ସୂଚନାଯୋଗ୍ୟ, ସମ୍ବଲପୁରରେ ହନୁମାନ ଜୟନ୍ତୀ ଅବସରରେ ସହରରେ ଦେଖା ଦେଇଥିବା ଉତ୍ତେଜନା ସମାନ୍ୟ ଥମିଥିଲେ ହେଁ ପରିସ୍ଥିତି ପୁରା ଶାନ୍ତ ପଡିନଥିଲା । ଗତ ୧୩ ତାରିଖରୁ ଇଣ୍ଟନେଟ୍ ସେବାକୁ ବନ୍ଦ ରଖିଥିଲା ପ୍ରଶାସନ । ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ମୋବାଇଲ ଇଣ୍ଟରନେଟ୍ ସେବା ଉପଲବ୍ଧ ହେବ ବୋଲି କହିଥିଲେ ଜିଲ୍ଲାପାଳ ଅନନ୍ୟା ଦାସ। ସେ କହିଥିଲେ, ସନ୍ଧ୍ୟା ୬ଟାରେ ମୋବାଇଲରେ ଇଣ୍ଟରନେଟ୍ ଆସିବ। କିନ୍ତୁ ପୁଣି ପରେ ଏହି କଟକଣାକୁ ସକାଳ ୬ଟା ଯାଏ ବଳବତ୍ତର ରଖାଯାଇଥିଲା। ତେବେ ଆଜି ସକାଳ ୬ଟାରୁ ସମ୍ବଲପୁରରେ ମୋବାଇଲରେ ଇଣ୍ଟରନେଟ୍ ସେବା କାର୍ଯ୍ୟକ୍ଷମ ହୋଇଛି । ସ୍ଥିତିରେ ସୁଧାର ଆସୁଥିବା ଦେଖି ପଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି  ।

ତେବେ ଗତ ଶୁକ୍ରବାରଠାରୁ ସରକାର ସମସ୍ତ ଲିଜ୍‌ଲାଇନ୍ ଓ ବ୍ରଡ୍‌ବ୍ୟାଣ୍ଡ ଇଣ୍ଟର୍‌ନେଟ୍ ସେବାକୁ କଟକଣା ମୁକ୍ତ କରି ଦେଇଥିଲେ। ଅର୍ଥାତ୍ ଲିଜ୍‌ଲାଇନ୍ ଓ ବ୍ରଡ୍‌ବ୍ୟାଣ୍ଡ ସଂଯୋଗ ଥିବା‌ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଶୁକ୍ରବାରଠାରୁ ୨୪ ଘଣ୍ଟିଆ ଇଣ୍ଟର୍‌ନେଟ୍ ପାଇଥିଲେ। ହେଲେ ମୋବାଇଲ୍ ଇଣ୍ଟର୍‌ନେଟ୍ ବନ୍ଦ ରହିଥିଲା।

 

 

Leave A Reply

Your email address will not be published.