Latest Odisha News

BREAKING NEWS

କୋଲକାତାକୁ ହରାଇଲା ପଞ୍ଜାବ

ମୋହାଲୀ: ଏଠାରେ ଅନୁଷ୍ଠିତ ଆଇପିଏଲର ଏକ ମ୍ୟାଚରେ ପଞ୍ଜାବ କିଙ୍ଗସ ୭ ରନରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି । ବର୍ଷା ଯୋଗୁ ଏହି ମ୍ୟାଚର ଫଳାଫଳ ପାଇଁ ଡକ୍ୱୱର୍ଥ ଲୁଇସ ନିୟମର ସହାୟତା ନିଆ ଯାଇଥିଲା । ପ୍ରଥମେ ବ୍ୟାଟିଂ କରି କୋଲକତା ୨୦ ଓଭରରେ ୫ ୱିକେଟ ବିନିମୟରେ ୧୯୧ ରନ କରିଥିଲା । ଶିଖର ଧାୱନ ୪୦ ଓ ଭାନୁକା ରାଜପାକ୍ଷେ ୫୦ ରନର ଇନିଂସ ଖେଳିଥିଲେ । ଟିମ ସୌଥୀ କୋଲକାତା ପକ୍ଷରୁ ସର୍ବାଧିକ ୨ଟି ୱିକେଟ ଅକ୍ତିଆର କରିଥିଲେ । ୧୯୨ ରନର ବିଜୟ ଲକ୍ଷ୍ୟକୁ ପିଛା କରି କୋଲକତା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।

ଆନ୍ଦ୍ରେ ରସେଲ ୩୫ ଓ ଭେଙ୍କେଟେଶ ଆୟାର ୩୪ ରନ କରିଥିଲେ । ବର୍ଷା ଯୋଗୁ ମ୍ୟାଚ ଅଧାରୁ ବନ୍ଦ ରହିଥିଲା । ପରେ ଡକ୍ୱୱର୍ଥ ଲୁଇସ ନିୟମ ଅନୁସାରେ କୋଲକାତା ସମ୍ମୁଖରେ ୧୬ ଓଭରରେ ୧୫୪ ରନର ଟାର୍ଗେଟ ପ୍ରଦାନ କରାଯାଇଥିଲା । କୋଲକାତା ୭ ୱିକେଟ ବିନିମୟରେ ୧୪୬ ରନ କରିବାକୁ ସକ୍ଷମ ହୋଇଥିଲା । ଅର୍ଶଦୀପ ସିଂ ପଞ୍ଜାବ ତରଫରୁ ୩ଟି ୱିକେଟ ନେଇଥିଲେ ।

Leave A Reply

Your email address will not be published.