ପୁରୀ: ଚଳିତ ରଥଯାତ୍ରାରେ ଭିଡ ନିୟନ୍ତ୍ରଣ ଓ ଟ୍ରାଫିକ ପରିଚାଳନା କରିବ ଏଆଇ କ୍ୟାମେରା। ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଆୟୋଜନ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବୈଷୟିକ ସହାୟତା ନିଆଯାଇ ଅତ୍ୟାଧୁନିକ ଡ୍ରୋନ କ୍ୟାମେରା ଦ୍ବାରା ଭିଡ ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା କରାଯିବ।
ଆସନ୍ତା ଏପ୍ରିଲ ୩୦ ତାରିଖରେ ହେବାକୁ ଥିବା ଅକ୍ଷୟ ତୃତୀୟା ଓ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ମେ ଶେଷ ସୁଦ୍ଧା ସବୁ ବିଭାଗ ନିଜ ନିଜ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶ୍ରୀମନ୍ଦିରରେ ନୀତି ସଂପାଦନ, ରଥ ସାମଗ୍ରୀ ଓ ରଥ ନିର୍ମାଣଠାରୁ ଆରମ୍ଭ କରି ସ୍ଵାସ୍ଥ୍ୟ ଓ ପରିମଳ ସେବା, ରାସ୍ତାଘାଟ ନିର୍ମାଣ, ପାନୀୟ ଜଳ ଯୋଗାଣ, ପରିବହନ, ରେଳ ସେବା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଛି।
ଆସନ୍ତା ଅକ୍ଷୟ ତୃତୀୟା ପ୍ରଥମ ବଡ କାର୍ଯ୍ୟ। ଏଥିପାଇଁ ଆସନ୍ତା ୧୯ ତାରିଖରେ ଛତିଶା ନିଯୋଗ ବୈଠକ ବସି ଅକ୍ଷୟ ତୃତୀୟା ତିଥି ଚୁଡାନ୍ତ ହେବ। ଶ୍ରୀମନ୍ଦିର ଭିତରେ ଓ ବାହାରେ ଥିବା ସିସିଟିଭି କ୍ୟାମେରା ଦ୍ବାରା ଗହଳି ନିୟନ୍ତ୍ରଣ, ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରାଯାଉଛି।
Comments are closed.