Latest Odisha News

BREAKING NEWS

ପୁରୀ ଶିଳ୍ପୀଙ୍କ ନିଆରା କଳାକୃତି, ଗଢିଲେ କେଦାରନାଥ ମନ୍ଦିରର କ୍ଷୁଦ୍ର ମଡେଲ୍

ପୁରୀ: କୋଭିଡ ପ୍ରୋଟୋକଲ୍ ମଧ୍ୟରେ ଗତ ମେ ୧୭ ତାରିଖରେ କେଦାରନାଥ ମନ୍ଦିରକୁ ଖୋଲାଯାଇଛି। ଆଉ ଏହାର କିଛି ଦିନ ପରେ ପୁରୀର ଜଣେ ଯୁବ କଳାକାର ବିଶ୍ୱଜିତ୍ ନାୟକ କେଦାରନାଥ ମନ୍ଦିରର ଏକ କ୍ଷୁଦ୍ର ମଡେଲ୍ ତିଆରି କରିଛନ୍ତି।

ବିଶ୍ୱଜିତ ଏହି ମଡେଲକୁ ପାଖାପାଖି ୧୭୫ଟି ଆଇସକ୍ରିମ ଷ୍ଟିକ୍ ବ୍ୟବହାର କରି ଗଢ଼ିଛନ୍ତି। ଏହି ମଡେଲ ଜରିଆରେ ସେ ଇଣ୍ଡିଆ ରେକର୍ଡରେ ସ୍ଥାନ ପାଇବାର ଆଶା ରଖିଛନ୍ତି।

୧୦ ଇଞ୍ଚ ଉଚ୍ଚ ଏବଂ ୭ ଇଞ୍ଚ ମୋଟେଇ ବିଶିଷ୍ଟ ଏହି କ୍ଷୁଦ୍ର ମନ୍ଦିର ପ୍ରସ୍ତୁତ କରିବାକୁ ତାଙ୍କୁ ୨୭ ଘଣ୍ଟା ସମୟ ଲାଗିଛି ବୋଲି କୁହନ୍ତି ବିଶ୍ବଜିତ।

ତେବେ ନିଜର ମଡେଲ ପାଇଁ ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ୨୦୨୧ ପାଇଁ ଆବେଦନ କରିଛନ୍ତି।

Leave A Reply

Your email address will not be published.