Latest Odisha News

BREAKING NEWS

ଆସୁଛି ବାତ୍ୟା “ୟଶ”, ପ୍ରସ୍ତୁତ ଜଗତସିଂହପୁର ପ୍ରଶାସନ

ଜଗତସିଂହପୁର: ଚେତାବନୀ ଦେଇଛି ଭାରତୀୟ ପାଣିପାଗ ବିଭାଗ । ଆସୁଛି ବାତ୍ୟା “ୟଶ୍‌” । ଏହି ବାତ୍ୟା ଆମ୍ଫାନ୍ ସହ ସମକକ୍ଷ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏଥିପାଇଁ ଆଜିଠୁ ସାଧାରଣ ଜନତାଙ୍କ ସମେତ ମତ୍ସ୍ୟଜୀବୀଙ୍କୁ ସଚେତନ କରିଛି ଜଗତସିଂହପୁର ଜିଲ୍ଲା ପ୍ରଶାସନ ।

ଜଗତସିଂହପୁରରେ ସଚେତନତା କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ପାରାଦ୍ୱୀପର ଚଉମୁହାଣୀ ମାଛ ବେସ୍‌, ନେହେରୁ ବଙ୍ଗଳା ମାଛଧରା ବନ୍ଦର ଓ ଷଣ୍ଢକୁଦ ବସ୍ତି ଅଂଚଳରେ ମାଇକ ଯୋଗେ ପ୍ରଚାର କରାଯାଇ ମତ୍ସ୍ୟଜୀବୀଙ୍କୁ ସଚେତନ କରାଯାଇଛି । ତେବେ ଖାସ କରି ଏରସମା, ବାଲିକୁଦା, କୁଜଙ୍ଗ, ତିର୍ତ୍ତୋଲ ବ୍ଲକ ଓ ତହସିଲକୁ ଆଗୁଆ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ମିଳିଥିଲାବେଳେ ବାତ୍ୟା ଆଶ୍ରୟସ୍ଥଳୀରେ ସମସ୍ତ ପ୍ରକାର ବ୍ୟବସ୍ଥାପନା କରାଯାଇଛି । ଆସନ୍ତା ୨୨ ତାରିଖ ଶନିବାରଠାରୁ ସମୁଦ୍ରକୁ ମାଛ ଧରିବାକୁ ନଯିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.