Latest Odisha News

ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କରିବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ରର ଚିଠି

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ପ୍ରବାହ ବେଳେ ମ୍ୟୁକରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍ ନୂଆ ବିପଦ ଭାବେ ଛିଡ଼ା ହୋଇଛି । ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ମହାମାରୀ ରୋଗ ଅଧିନିୟମ-୧୮୯୭ ଅନୁସାରେ ବ୍ଲାକ ଫଙ୍ଗସକୁ ଅନ୍ତର୍ଭୁକ୍ତ କରିବାକୁ କହିଛି । ଏବେ ବ୍ଲାକ ଫଙ୍ଗସ ଯୋଗୁଁ ଏକାଧିକ କରୋନା ଆକ୍ରାନ୍ତ ଆଖି ବୁଜୁଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ଚିଠିରେ ଲେଖିଛନ୍ତି, ଏବେ ଦିନରେ ସଂକ୍ରମଣର ନୂଆ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଯାହାର ନାମ ମ୍ୟୁକରମାଇକୋସିସ୍, କରୋନା ରୋଗୀଙ୍କୁ ଏହା ଆକ୍ରାନ୍ତ କରୁଛି । ବ୍ଲାକ ଫଙ୍ଗସର ଲକ୍ଷଣ ଥିବା ଏବଂ ଚିହ୍ନଟ ହୋଇଥିବା ମାମଲାର ତଥ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଦେବାକୁ କୁହାଯାଇଛି । ଏଥିସହ ମ୍ୟୁକରମାଇକୋସିସର ଚିକିତ୍ସା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ଆଇସିଏମ୍ଆର୍ ପକ୍ଷରୁ ଜାରି ଗାଇଡଲାଇନ୍ ଅନୁସାରେ କରିବାକୁ କୁହାଯାଇଛି ।

ସୂଚନାଯୋଗ୍ୟ, ତେଲଙ୍ଗାନା ଓ ରାଜସ୍ଥାନ ସରକାର ମ୍ୟୁକରମାଇକୋସିସକୁ ମହାମାରୀ ଆଇନ୍ ଅଧୀନକୁ ଆଣିଛନ୍ତି । ଅନ୍ୟପଟେ ଦିଲ୍ଲୀ ସରକାର ତିନିଗୋଟି ହସ୍ପିଟାଲରେ ବ୍ଲାକ ଫଙ୍ଗସର ଚିକିତ୍ସା ପାଇଁ ୩ ଗୋଟି ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.