Latest Odisha News

BREAKING NEWS

ବାହୁଡ଼ା ଯାତ୍ରା: ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହେଲା ପହଣ୍ଡି ବିଜେ

ପୁରୀ: ଆଜି ପବିତ୍ର ବାହୁଡ଼ା ଯାତ୍ରା । ମହାପ୍ରଭୁ ଶ୍ରୀଜଗନ୍ନାଥ ଜନ୍ମବେଦୀରୁ ୯ ଦିନପରେ ବାହୁଡୁଛନ୍ତି ରତ୍ନବେଦୀକୁ । ମାଉସୀଘରୁ ବଡ଼ଭାଇ ଶ୍ରୀବଳଭଦ୍ର, ସାନଭଉଣୀ ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ସହିତ ସମସ୍ତ ପାରମ୍ପରିକ ନୀତିକାନ୍ତି ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀମନ୍ଦରକୁ ବାହୁଡ଼ି ଆସୁଛନ୍ତି । ଆଜି ନିର୍ଦ୍ଧାରିତ ସମୟ ନିର୍ଘଣ୍ଟ ପୂର୍ବରୁ ଶ୍ରୀଜୀଉମାନଙ୍କର ପହଣ୍ଡି ଯାତ୍ରା ଆରମ୍ଭ ହୋଇଛି ।

 

ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ପ୍ରଥମେ ଆରମ୍ଭ ହୋଇଥିଲା ଧାଡ଼ି ପହଣ୍ଡି ।

 

ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ଦାରୁମୂର୍ତ୍ତିକୁ ଟେକି ଟେକି ଦ୍ରୁତଗତିରେ ପହଣ୍ଡିରେ ଆଣିଥିଲେ ସେବାୟତ । ଏହାପରେ ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଯାଇଛି ।

ଆଜି ପବିତ୍ର ବାହୁଡ଼ା ଉପଲକ୍ଷେ ଶ୍ରୀଜୀଉମାନଙ୍କର ମଙ୍ଗଳ ଆରତି, ତଡ଼ପ ଲାଗି, ମଇଲମ ଏବଂ ଅବକାଶ ନୀତି ପରେ ପରେ ବହୁ ପ୍ରତୀକ୍ଷିତ ଖେଚେଡ଼ି ଭୋଗ ଠାକୁରମାନଙ୍କୁ ଲାଗି କରାଯାଇଥିଲା । ପହଣ୍ଡି ହେବା ପୂର୍ବରୁ ଠାକୁରମାନେ ମାଉସୀମା’ଙ୍କ ଠାରୁ ଖେଚେଡ଼ି ଖାଇ ତରତର ହୋଇ ରଥରେ ଯାଆନ୍ତି ଶ୍ରୀମନ୍ଦିର ଅଭିମୁଖେ ।

ପହଣ୍ଡି ଶିଘ୍ର ଆରମ୍ଭ ହୋଇଥିବା ଯୋଗୁଁ ରଥଟଣା କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟ ପୂର୍ବରୁ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଆଜି ବଡ଼ଦାଣ୍ଡରେ ବାହୁଡ଼ାଯାତ୍ରା ଉପଲକ୍ଷେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ପରିଲକ୍ଷିତ ହୋଇଛି । ଏଥିଲାଗି ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନମାନଙ୍କରେ ସିସିଟିଭି ଖଞ୍ଜାଯାଇ ତୀକ୍ଷଣ ଦୃଷ୍ଟି ରଖାଯାଇଛି । ଭିଡ଼କୁ ଦୃଷ୍ଟିରେ ରଖି ତଥା ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଲାଗି ପ୍ରଶାସନ ପକ୍ଷରୁ ୧୦ ହଜାର ପୋଲିସ, ୧୪୨ ପ୍ଲାଟୁନ୍ ସଶସ୍ତ୍ର ପୋଲିସ ଫୋର୍ସ, ୨ କମ୍ପାନୀ ଆରଏଏଫ ସହିତ ୩ ସ୍ପେଶାଲ୍ ଟାକ୍ଟିକାଲ୍ ଫୋର୍ସ ନିୟୋଜିତ ହୋଇଛନ୍ତ

Leave A Reply

Your email address will not be published.