Latest Odisha News

BREAKING NEWS

ଶିକ୍ଷୟିତ୍ରୀଙ୍କ ଗଣେଶ ମୂର୍ତ୍ତି ସଂଗ୍ରହ ନିଶା

ପୁରୀ: ପେଶାରେ ଜଣେ ଶିକ୍ଷୟତ୍ରୀ l ହେଲେ ଗଣେଶ ମୂର୍ତ୍ତି ସଂଗ୍ରହ କରିବା ତାଙ୍କ ନିଶା l ଏମିତି ନିଶା ଯୋଗୁଁ ଏବେ ତାଙ୍କ ଫାଖରେ ୬୦୦ରୁ ଅଧିକ ଗଣେଶ ମୂର୍ତ୍ତି ରହିଛି l ତାହା ପୁଣି ବିଭିନ୍ନ ଧାତୁ ଓ ସାମଗ୍ରୀରେ ତିଆରି l ଏମିତି ଜଣେ ନିଆରା ଶିକ୍ଷୟତ୍ରୀ ହେଉଛନ୍ତି ପୁରୀ ବାସେଳୀ ସାହିର ପୁଷ୍ପିତା ପଟ୍ଟନାୟକ l କାଠ, ମାଟି, କାଗଜ ଆଦିରେ ତିଆରି ହୋଇଥିବା ବେଳେ ଅତି ସୂକ୍ଷ୍ମରୁ ବଡ଼ ତଥା ମୋଟାରୁ ପତଳା ମୂର୍ତ୍ତି ସଂଗ୍ରହ କରିଛନ୍ତି ପୁଷ୍ପିତା l ଏବେ ବି ତାଙ୍କର ମୂର୍ତ୍ତି ସଂଗ୍ରହ ଅଭିଯାନ ଜାରି ରହିଛି l ବାସେଳୀସାହିର ପୁଷ୍ପିତା ପଟ୍ଟନାୟକ l

ଗୋଟିଏ କି ଦୁଇଟି ନୁହେଁ ପୁଷ୍ପିତା ଙ୍କ ପାଖରେ ଅଛି ୬୦୦ରୁ ଊର୍ଦ୍ଧ ଗଣେଶ ମୂର୍ତ୍ତି l ଏଥିରେ ଭିନ୍ନ ଭିନ୍ନ ପ୍ରକାର, ଆକୃତିର ମୂର୍ତ୍ତି ରହିଛି l ମୂର୍ତ୍ତି ଗୁଡିକ ବିବିର୍ଣ୍ଣ ଧାତୁ, କାଠ, ମାଟି, କାଗଜ ଆଦିରେ ତିଆରି ହୋଇଥିବା ବେଳେ ଅତି ସୂକ୍ଷ୍ମରୁ ବଡ଼ ତଥା ମୋଟାରୁ ପତଳା ମୂର୍ତ୍ତି ସଂଗ୍ରହ କରିଛନ୍ତି ପୁଷ୍ପିତା l ଏବେ ବିଭିନ୍ନ ମୂର୍ତ୍ତି ସଂଗ୍ରହ ଅଭିଯାନ ଜାରି ରହିଛି  l

ମ୍ୟୁଜିଅମରେ ସଂଗ୍ରହ ମୂର୍ତ୍ତି ସ୍ଥାନ ପାଇଲେ ପୁରୀକୁ ଆସୁଥିବା ଦେଶ ବିଦେଶରେ ପର୍ଯ୍ୟଟକ ତିଥଯାତ୍ରୀ ଗୋଟିଏ ଜାଗାରେ ବିଭିନ୍ନ ପ୍ରକାର ଗଣେଶ ମୂର୍ତ୍ତି ଦେଖିପାରିବେ ବୋଲି ପୁଷ୍ପିତା ମତପ୍ରକାଶ କରିଛନ୍ତି l

 

Leave A Reply

Your email address will not be published.