Latest Odisha News

BREAKING NEWS

ବଡ଼ଦିନ ପାଇଁ ଚଳଚଞ୍ଚଳ ପୁରୀ ସହର ଓ ବେଳାଭୂମି, ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼

ପୁରୀ : ବଡ଼ଦିନ ତଥା ଖ୍ରୀଷ୍ଟମାସ ପାଇଁ ଲୋକାରଣ୍ୟ ହୋଇଛି ଜଗନ୍ନାଥଧାମ ପୁରୀ । ସେପଟେ ଆଜି ପୁରୀ  ବେଳାଭୂମିରେ ପ୍ରବଳ ଜନସମାଗମ ଦେଖିବାକୁ ମିଳୁଛି । ମନ ମୋହୁଛି ଖ୍ରୀଷ୍ଟମାସର ବାଲୁକା କଳା । ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ମାନସ  କୁମାର ସାହୁଙ୍କ ହାତର ଯାଦୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ । ଖ୍ରୀଷ୍ଟମାସ ପାଇଁ ବାଲିରେ କେଡେ ସୁନ୍ଦର ସାଣ୍ଟା କ୍ଲଜ୍ ତିଆରି କରିଛନ୍ତି ସେ । ମାନସ ସାହୁ ସ୍ୟାଣ୍ଡ ଆର୍ଟ ପାର୍କରେ ଏଥର ବିଭିନ୍ନ ସଚେତନତା ଭିତ୍ତିକ ବାଲୁକା କଳାମାନ କରାଯାଇଛି ।  ସର୍ବସାଧାରଣ ସ୍ୟାଣ୍ଡ ଆର୍ଟ ପାର୍କରେ ନିଶୁଳ୍କ ପ୍ରବେଶ କରି ବାଲୁକା କଳାକୁ ଉପଭୋଗ କରୁଛନ୍ତି ।

ରଙ୍ଗୀନ santa clause କୁ ଦେଖି ପିଲାମାନେ ଖୁସିରେ ଗଦ୍ ଗଦ୍ ହୋଇପଡୁଛନ୍ତି । ବଡଦିନର ମଜା ନେବା ପାଇଁ ପୁରୀ ବେଳାଭୂମିକୁ ଆସିଛନ୍ତି । ପିଲାମାନଙ୍କୁ ଭାରି କୌତୁକିଆ ଲାଗୁଛି ବାଲିରେ ତିଆରି ଏହି ସାଣ୍ଟା । ବାଲି ସାଣ୍ଟା ଭଳି ଜଣେ କୁନି ପିଲା ବି ସାଣ୍ଟା ବେଶ ଧରି ପର୍ଯ୍ୟଟକଙ୍କୁ ଖୁସି କରାଉଥିବା ଦେଖିବାକୁ ମିଳୁଛି ।

ପୁରୀରେ ଆଜି ଛୁଟି ମନାଇବାକୁ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଖ୍ରୀଷ୍ଟମାସ ସମସ୍ତଙ୍କ ମନରେ ଶାନ୍ତି, ଖୁସି ଭରିଦେଉ ଏହା ହିଁ କାମନା ।

Leave A Reply

Your email address will not be published.