Latest Odisha News

ପିଲାଙ୍କ ରୁମ୍‌ ପାଇଁ ବାସ୍ତୁ ଟିପ୍ସ ….

ସାଧରଣତଃ ପିଲାମାନଙ୍କର ସ୍କୁଲ୍‌ରେ ପରୀକ୍ଷା ହୁଏ ପୁଣି ସରିଯାଏ । କିନ୍ତୁ ପିଲାମାନଙ୍କ ପରୀକ୍ଷା ପାଇଁ ମା’ ବାପା ଅଧିକ ଚିନ୍ତିତ ଥାଆନ୍ତି  । ତେବେ ବାସ୍ତୁ ପିଲାମାନଙ୍କ ପାଠପଢ଼ା କ୍ଷେତ୍ରରେ ପ୍ରଭାବ ପକାଇଥାଏ  । ବିଶେଷ କରି ଯେଉଁ ଅଭିଭାବକ ମାନେ ପିଲାଙ୍କ ପାଠ ପଢ଼ା ପ୍ରତି ଅଧିକ ଚିନ୍ତାରେ ରହିଥାଆନ୍ତି ସେମାନେ ବାସ୍ତୁ ଉପରେ ବିଶ୍ବାସ ରଖିଥାଆନ୍ତି  । ତେବେ ପିଲାମାନଙ୍କ ପରୀକ୍ଷା ଉପରେ ବାସ୍ତୁ କଣ ପ୍ରଭାବ ପକାଇଥାଏ ଆସନ୍ତୁ ଜାଣିବା ଏବଂ ସେଥିପ୍ରତି ବିଶେଷ ଧ୍ୟାନ ଦେବା  । ପୂର୍ବ-ପଶ୍ଚିମ-ଉତ୍ତର-ଦକ୍ଷିଣ ଏହି ଚାରୋଟି ଦିଗରେ କେଉଁଠି କ’ଣ ରହିବା ଉଚିତ୍‌  । ଯାହା ଫଳରେ ପରୀକ୍ଷାରେ ପିଲାମାନେ ଭଲ କରିପାରିବେ  ।

ବାସ୍ତୁ କ’ଣ ପିଲାଙ୍କ ପରୀକ୍ଷା ପାଇଁ ସହାୟକ ହୋଇପାରେ ? ପିଲାମାନଙ୍କ ଉପଯୋଗୀ ନେଇ ନେଇ କିଛି ଟିପ୍ସ…..

-ଘରର ଦକ୍ଷିଣ-ପଶ୍ଚିମ ଦିଗର ପଶ୍ଚିମ ଭାଗରେ କୌଣସି ଲାଲ୍‌,ଗୋଲାପି,ବାଇଗଣୀ,କମଳା ବା ସବୁଜ ରଙ୍ଗର ଜିନିଷ ରଖନ୍ତୁ  । ଯଦି ଏହି ଦିଗର କାନ୍ଥରେ ଏପରି କୌଣସି ରଙ୍ଗ ଦିଆଯାଇଛି ତାକୁ ହାଲ୍‌କା ଧଳା ରଙ୍ଗ ଦେଇଦିଅନ୍ତୁ  ।

-ଘରର ଦକ୍ଷିଣ-ପଶ୍ଚିମ ଦିଗର ପଶ୍ଚିମ ଭାଗ ଅଥବା ଉତ୍ତର-ପଶ୍ଚିମ ଭାଗରେ ଛାଞ୍ଚୁଣି, ମଇଳା କପଡ଼ା,ଓ୍ୱସିଙ୍ଗ୍‌ ମେସିନ, ଭାକ୍ୟୁମ୍‌ କ୍ଲିନର ରଖନ୍ତୁ ନାହିଁ  ।

-ପାଠ ପଢ଼ୁଥିବା ଟେବୁଲ୍‌କୁ ଦକ୍ଷିଣ-ପଶ୍ଚିମ ଦିଗକୁ ରଖନ୍ତୁ  । ପାଠପଢ଼ିଲା ବେଳେ ପଶ୍ଚିମ ଦିଗକୁ ମୁହଁ କରି ପଢ଼ନ୍ତୁ  ।

-ଘରର ଉତ୍ତର-ପୂର୍ବ ଦିଗରେ କୌଣସି ଅନାବନା ଜିନିଷ ରଖନ୍ତୁ ନାହିଁ  ।

-ଘରର ପଶ୍ଚିମ ଦିଗରେ ବେ୍ରାଞ୍ଜରେ ତିଆରି ଗଣେଷ ମୂର୍ତ୍ତି ରଖନ୍ତୁ ।

 

Leave A Reply

Your email address will not be published.