Latest Odisha News

BREAKING NEWS

ପୁରୀ ହେଲା ମହାନଗର ନିଗମ

ଭୁବନେଶ୍ୱର: ପୁରୀକୁ ଆନୁଷ୍ଠାନିକ ଭାବରେ ପୌରପାଳିକାରୁ ମହାନଗର ନିଗମକୁ ଉନ୍ନୀତ କରାଯାଇଥିବା ନେଇ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସହରାଞ୍ଚଳ ଶାସନ ଏବଂ ଭିତ୍ତିଭୂମି ବିକାଶକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।

ପୂର୍ବରୁ କେବଳ ପାଞ୍ଚଟି ସହର ଅର୍ଥାତ୍ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଏବଂ ରାଉରକେଲା ସହରର ମହାନଗର ନିଗମ ଥିଲା। ତେବେ ଭାରତର ସବୁଠାରୁ ସମ୍ମାନିତ ତୀର୍ଥସ୍ଥଳ ମଧ୍ୟରୁ ପୁରୀ ଅନ୍ୟତମ ଅଟେ। ପ୍ରତିଦିନ ଦେଶ ଏବଂ ବିଦେଶରୁ ହଜାର ହଜାର ଭକ୍ତ ଏବଂ ପର୍ଯ୍ୟଟକ ମାନେ ଏଠାକୁ ଆସିଥାନ୍ତି। ଏଠାକାର ବାସିନ୍ଦା, ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକ ମାନଙ୍କୁ ଉନ୍ନତ ନାଗରିକ ସୁବିଧା, ଉନ୍ନତ ଭିତ୍ତିଭୂମି ଏବଂ ଉନ୍ନତ ସେବା ପ୍ରଦାନ କରିବା ଏହାର ମୂଳ ଲକ୍ଷ୍ୟ ବୋଲି କୁହାଯାଉଛି।

ତେବେ ସ୍ଥାନୀୟ ଲୋକଙ୍କ ବହୁଦିନର ଦାବି ପୂରଣ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩ ଜୁଲାଇ, ୨୦୨୫ ରେ ଏନେଇ ଘୋଷଣା କରିଥିଲେ। ଏହି ପଦକ୍ଷେପ ଦ୍ଵାରା ପୁରୀ ଏବଂ ଆଖପାଖ ଅଞ୍ଚଳରେ ବିକାଶ ହେବା ସହ ଏହାର ଆଧ୍ୟାତ୍ମିକ ଐତିହ୍ୟକୁ ସଂରକ୍ଷଣ କରିବା ସହିତ ଏକ ଆଧୁନିକ, ବିସ୍ତାରିତ ସହରାଞ୍ଚଳ ପାଇଁ ପଥ ପ୍ରଶସ୍ତ କରିବ। ଏଥିସହିତ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା, ବର୍ଜ୍ୟବସ୍ତୁ ପରିଚାଳନା, ଡ୍ରେନେଜ୍ ବ୍ୟବସ୍ଥା ଏବଂ ସାମଗ୍ରିକ ସହର ଯୋଜନାକୁ ଉନ୍ନତ କରିବା ଆଶା କରାଯାଉଛି।

 

Leave A Reply

Your email address will not be published.