Latest Odisha News

BREAKING NEWS

ପୁରୀ ବାଣ ବିସ୍ଫୋରଣ ଘଟଣା, ସୁସ୍ଥ ହୋଇ ଘରକୁ ଫେରିଲେ ୩ ଜଣ

ପୁରୀ: ଚନ୍ଦନ ଯାତ୍ରା ଅବସରରେ ନରେନ୍ଦ୍ର ପୋଖରୀ ବାଣ ଦୁର୍ଘଟଣାରେ ଏଯାବତ୍ ୧୩ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ମୃତ୍ୟୁ ସଂଖ୍ୟା ବଢିବାକୁ ନେଇ ଗୋଟେ ପଟେ ଚିନ୍ତା ବଢିଥିବା ବେଳେ ସାମ୍ନାକୁ ଆସିଛି ଏକ ଭଲ ଖବର । କଟକ ବଡ ଡାକ୍ତରଖାନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୩ଜଣ ।

ସୂଚନା ଅନୁସାରେ, କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ୧୫ ବର୍ଷୀୟ ବଳରାମ ଦାସ ଓ ୨୪ ବର୍ଷୀୟ ମନମୋହନ ବେହେରା । ସେହିପରି ପୁରୀ ଶ୍ରୀ ଜଗନ୍ନାଥ ମେଡ଼ିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୪୯ ବର୍ଷୀୟ ଶ୍ରୀଧର ରାଉତ ମଧ୍ୟ ସୁସ୍ଥ ହୋଇ ଆଜି ଘରକୁ ଫେରିଛନ୍ତି । ଏହି ତିନି ଜଣଙ୍କୁ ମିଶାଇ ମୋଟ ୯ ଜଣ  ସୁସ୍ଥ ହୋଇ ଘରକୁ ଫେରିଥିବା ଏସଆରସି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏମାନେ ଡାକ୍ତରଙ୍କ ପରାମର୍ଶ କ୍ରମେ ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ସମସ୍ତ ଚିକିତ୍ସାଧିନ ଆହତଙ୍କ ଅବସ୍ଥା ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ମେଡ଼ିକାଲର କର୍ତ୍ତୃପକ୍ଷ ଙ୍କ ସହ ନିରନ୍ତର ସମ୍ପର୍କ ରଖାଯାଇଛି। ଦୁର୍ଘଟଣାରେ ସମସ୍ତ ଆହତଙ୍କ ଚିକିତ୍ସାର ଖର୍ଚ୍ଚ ସରକାରଙ୍କ ପକ୍ଷରୁ ବହନ କରାଯାଉଛି ।

ସୂଚନାଯୋଗ୍ୟ ଯେ, ସୂଚନା ଅନୁସାରେ, ଗତ ମେ’ ୨୯ ତାରିଖରେ ପୁରୀର ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ ଖେଳ ବେଳେ ଘଟିଥିଲା ଅଘଟଣ । ପରମ୍ପରା ଅନୁଯାୟୀ ନରେନ୍ଦ୍ର ପୁଷ୍ଟରିଣୀ ନିକଟରେ ବାଣି ଫୁଟାଇ ଥିଲେ । ତେବେ ବାଣ ଫୁଟାଇଲା ବେଳେ ଏକ ବାଣ ଗଦାରେ ନିଆଁ ପଡ଼ି ଯିବାରୁ ସେଗୁଡ଼ିକ ଫୁଟି ଯାଇଥିଲା ଓ ଏହି ଅଘଟଣ ଘଟିଥିଲା। ଘଟଣାରେ ଏକାଧିକ ଲୋକ ଆହତ ହୋଇଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ କଟକ ଏବଂ ଭୁବନେଶ୍ଵରର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ବର୍ତ୍ତମାନ ଧିରେ ଧିରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ମୃତ୍ୟୁ ସଂଖ୍ୟା ବଢି ବର୍ତ୍ତମାନ ସୁଦ୍ଧା ୧୩ରେ ପହଞ୍ଚିଛି ।

Comments are closed.