Latest Odisha News

ପୁରୀ ବଡଦାଣ୍ଡ ଉଚ୍ଛେଦ ପ୍ରସଙ୍ଗ: ଆଜି ଜିଲ୍ଲାପାଳଙ୍କୁ ଭେଟିବ ୧୫ ଜଣିଆ କମିଟି

ପୁରୀ: ପୁରୀରେ ସାଧୁସନ୍ଥଙ୍କ ପ୍ରବଳ ବିରୋଧ ଫଳରେ ବଡ ଆଖଡା ମଠର ଉଚ୍ଛେଦ ପ୍ରକ୍ରିୟାକୁ ସ୍ଥଗିତ କରାଯାଇଥିଲା । ଏହାକୁ ନେଇ ବୁଧବାର ଦିନ ଜିଲ୍ଲାପାଳ ବଳବନ୍ତ ସିଂହଙ୍କୁ ଭେଟିବାକୁ ଯାଉଛନ୍ତି ୧୫ ସଦସ୍ୟ ବିଶିଷ୍ଟ ପ୍ରତିନିଧି ଦଳ ।

ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ନେତୃତ୍ୱରେ ଗଠିତ ହୋଇଥିବା ଏହି କମିଟିରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଓକିଲ ସଂଘ କର୍ମକର୍ତ୍ତା ଏବଂ ଉଚ୍ଛେଦ ଦ୍ୱାରା ପ୍ରଭାବିତ ହୋଇଥିବା ବ୍ୟକ୍ତିଗଣ ସାମିଲ ରହିଛନ୍ତି । ଯାହାକୁ ଏଯାବତ୍ କ୍ଷତିପୂରଣ ମିଳିପାରିନାହିଁ ।

ପୁରୀ ଟାଉନ୍ ହଲରେ ଗତକାଲି ସନ୍ଧ୍ୟାରେ ଆୟୋଜିତ ଏକ ବୈଠକ ପରେ ଏହି କମିଟିର ଗଠନ କରାଯାଇଛି । ଯେଉଁଥିରେ ମଠ ମହନ୍ତ, ଅନେକ ସାଧୁସନ୍ଥ, ବରିଷ୍ଠ ନାଗରିକ ଓ ବିସ୍ଥାପିତ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ ।

ଉଲ୍ଲେଖଯୋଗ୍ୟ, ଗଣମାଧ୍ୟମକୁ ସୂଚନା ଦେଇ ବଡ ଆଖଡା ମଠ ମହନ୍ତ (ପ୍ରମୁଖ) ହରି ନାରାୟଣ ଦାସ ଅଭିଯୋଗ କରି କହିଛନ୍ତି ଯେ, ଜିଲ୍ଲା ପ୍ରଶାସନ ଏକ ଦସ୍ତାବିଜରେ ହସ୍ତାକ୍ଷର ନେବା ଲାଗି ତାଙ୍କ ଉପରେ ଚାପ ପ୍ରୟୋଗ କରୁଛି । ଯେଉଁଥିରେ ମଠ ବିପଦ ସଙ୍କୁଳ ଅବସ୍ଥାରେ ଥିବା ନେଇ ଉଲ୍ଲେଖ ରହିଛି । ତେବେ ଏହି ବଡ ଆଖଡା ମଠ ବିପଦ ସଙ୍କୁଳ ଅବସ୍ଥାରେ ଥିବା ନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସଆଇ) କିମ୍ବା ଏଣ୍ଡୋମେଣ୍ଟ କମିଶନ କିଛି କହିନାହାଁନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମଠ ଉଚ୍ଛେଦ ପ୍ରକ୍ରିୟାକୁ ନେଇ ଜିଲ୍ଲା ପ୍ରଶାସନର ବୟାନରେ କୌଣସି ସ୍ପଷ୍ଟତା ନାହିଁ ।

Leave A Reply

Your email address will not be published.