Latest Odisha News

BREAKING NEWS

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା: ତିନି ରଥରେ ’ଛେରାପହଁରା’ ନୀତି କରୁଛନ୍ତି ଗଜପତି ମହାରାଜା

ପୁରୀ: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଘୋଷଯାତ୍ରା ପାଇଁ ଚଳଚଚଞ୍ଚଳ ଶ୍ରୀକ୍ଷେତ୍ର । ଦୀର୍ଘ ଦୁଇ ବର୍ଷ ପରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳିନ ହେଉଥିବାରୁ ବାଡ଼ଦାଣ୍ଡରେ ଲକ୍ଷାଧିକ ଲୋକଙ୍କ ଜନସମାଗମ । ତେବେ ଆଜି ସକାଳୁ ତିନି ଠାକୁର ଧାଡ଼ି ପହଣ୍ଡିରେ ଆସି ରଥାରୁଢ଼ ହେବା ପରେ ତିନି ରଥ ଉପରେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ।

ମହାପ୍ରଭୁଙ୍କୁ ଶଙ୍କରାଚାର୍ଯ୍ୟ ଦର୍ଶନ କରିବା ପରେ ରଥ ଉପରେ ’ଛେରାପହଁରା’ ନୀତି କରୁଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ସୁବର୍ଣ୍ଣଚାମର ଧରି ’ଛେରାପହଁରା’ କରୁଛନ୍ତି ଗଜପତି ମହାରାଜା । ଗଜପତି ମହାରାଜା ପ୍ରଥମେ ତାଳଧ୍ୱଜ ରଥରେ ଛେରାପହଁରା କରିବା ପରେ ସୁଭଦ୍ରାଙ୍କ ଦେବଦଳନ ରଥ ଓ ଶେଷରେ ନନ୍ଦିଘୋଷ ରଥକୁ ଯାଇ ଛେରାପହଁରା ନୀତି ସମାପନ କରିବେ ।

Leave A Reply

Your email address will not be published.