Latest Odisha News

BREAKING NEWS

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପରିକ୍ରମା ପ୍ରକଳ୍ପ ପାଇଁ ଧନ୍ୟବାଦ ଜଣାଇଲେ ପୁରୀ ଗଜପତି

ଭୁବନେଶ୍ବର: ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଗତ 17 ତାରିଖରେ ଲୋକାର୍ପିତ ହୋଇଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଦେଇଛନ୍ତି ଗଜପତି ମହାରାଜା । ସେହିପରି ମୁଖ୍ୟମନ୍ତ୍ରୀ ମଧ୍ୟ ପରିକ୍ରମା ପ୍ରକଳ୍ପ ପାଇଁ ଗଜପତି ମହାରାଜା ସମସ୍ତ ସହଯୋଗ ଯୋଗାଇ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ।

ଲୋକଙ୍କ ର ସୁବିଧା ସହ ଦୀର୍ଘ ଦିନ ଧରି ମନ୍ଦିର ର ଚାରିପାଖରେ ପଡିରହୁଥିବା ଗଦା ଗଦା ଅଳିଆ ଆବର୍ଜନା ହଟାଇବା, ଶ୍ରୀମନ୍ଦିର ମେଘନାଦ ପାଚେରୀ କୁ ଲାଗି ରହିଥିବା ଦୋକାନ ଗୁଡିକୁ ହଟାଇବା ଓ ମନ୍ଦିର ନିକଟକୁ ପଶିଆସୁଥିବା ଗାଇ ଗୋରୁଙ୍କ ଅବାଧ ପ୍ରବେଶକୁ ରୋକିବା ସହ ମନ୍ଦିର ନିକଟରୁ ଟ୍ରାଫିକ ହଟାଇ ରାଜ୍ୟ, ଦେଶ ଓ ବିଦେଶରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଜଗନ୍ନାଥ ଦର୍ଶନ ନେଇ ଏହି ପରିକ୍ରମା ପ୍ରକଳ୍ପ ର ସୁବିଧା କରିଛନ୍ତି ରାଜ୍ୟ ସରକାର ।

Leave A Reply

Your email address will not be published.