Latest Odisha News

BREAKING NEWS

ଆଜି ବାହୁଡ଼ା ଯାତ୍ରା; ଅପରାହ୍ନ ୪ଟାରୁ ରଥଟଣା

ପୁରୀ: ଜନ୍ମବେଦୀରେ ସରିଲା ମହାପ୍ରଭୁଙ୍କ ଲୀଳାଖେଳା । ନବଦିନାତ୍ମକ ଯାତ୍ରା ସାରି ଆଜି ବଡ଼ଦେଉଳ ଅଭିମୁଖେ ବାହାରିବେ ଚତୁର୍ଦ୍ଧା ମୂର୍ତ୍ତି । ପୁଣି ଥରେ ରଥ ଚଢ଼ି ବାହୁଡ଼ିବେ ଶ୍ରୀଜିଉ । ଏଥିପାଇଁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅପେକ୍ଷାରତ ଅଛନ୍ତି ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ।

କେତେବେଳେ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରୁ ବାହାରିବେ ସମସ୍ତେ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ଗୁଣ୍ଡିଚା ମନ୍ଦିର ଭିତରେ ମହାପ୍ରଭୁଙ୍କର ବିଭିନ୍ନ ନୀତିକାନ୍ତି ଚାଲିଥିବା ଜଣାପଡିଛି।ଏହାପରେ ଚାରମାଳ ଫିଟା, ଘୋଡ଼ାଯୋଚା ଓ ସାରଥି ଲାଗିବା ପରେ ଅପରାହ୍ନ ୪ଟା ସୁଦ୍ଧା ରଥଟଣା ହେବ । ଗଜପତି ମହାରାଜାଙ୍କ ଛେରା ପହଁରା ନୀତି ପରେ ଆରମ୍ଭ ହେବ ରଥଟଣା।

ଅଧିକ ପଢନ୍ତୁ:- ବାହୁଡା ଯାତ୍ରା ଓ ସୁନାବେଶ ପାଇଁ ଟ୍ରାଫିକ୍ ନିୟମାବଳୀ

ତେବେ ବିଶ୍ଵ ନିୟନ୍ତାଙ୍କୁ ରଥ ଉପରେ ଦେଖିବା ପାଇଁ ଭାବବିହ୍ବଳ ହୋଇପଡିଛନ୍ତି ଭକ୍ତ।

 

Comments are closed.