ପୁରୀ: ପ୍ରକାଶ ପାଇଛି ଚଳିତ ବର୍ଷର ଓଜେଏସ ପରୀକ୍ଷା ଫଳ । ପ୍ରଥମ ପ୍ରୟାସରେ ଭୁବନେଶ୍ଵର ଝିଅ ସୁଶ୍ରୀତା ମିଶ୍ର ପ୍ରଥମ ସ୍ଥାନରେ ଥିବା ବେଳେ ନିଲିଶା ପଟ୍ଟନାୟକ ଦ୍ଵିତୀୟରେ ଓ ଅନନ୍ୟା ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହାରି ଭିତରେ ପୁରୀର ଝିଅ ଶୁଭଶ୍ରୀ ସୌମ୍ୟାକାନ୍ତି ପ୍ରଧାନ ପରୀକ୍ଷାରେ ୧୨ ନମ୍ବର୍ ସ୍ଥାନ ହାସଲ କରିଛନ୍ତି ।
ପୁରୀ ତଳ ମାଳିସାହିର ଶୁଭଶ୍ରୀଙ୍କ ବାପା ଜିଲ୍ଲାର ଜଣେ ପୋଲିସ ଅଧିକାରୀ ହୋଇଥିବା ବେଳେ ମାଆ ଜଣେ ଶିକ୍ଷୟତ୍ରୀ ଅଟନ୍ତି । ଶୁଭଶ୍ରୀ ଯେତେବେଳେ ଯୁକ୍ତ ୨ ପଢୁଥିଲେ,ସେତେବେଳେ ଘରେ ସମସ୍ତଙ୍କ ଇଚ୍ଛା ଥିଲା ଶୁଭଶ୍ରୀଙ୍କୁ ଡାକ୍ତର କରିବାକୁ । କିନ୍ତୁ ତାଙ୍କ ବାପାଙ୍କ ଇଛା ଥିଲା ଯେ ସେ ଯୁଡ଼ିଶିଆଲ ଲାଇନ୍ ରେ ଯିବେ । ଆଉ ବାପାଙ୍କ ସ୍ବପ୍ନକୁ ପୂରଣ କରିବା ପାଇଁ ଛୋଟବେଳୁ ଶୁଭଶ୍ରୀ ଦେଖିଆସିଥିଲେ ଏହି ସ୍ଵପ୍ନ । ଝିଅର ସଫଳତା ଦେଖି ତାଙ୍କ ବାପା ଲକ୍ଷ୍ମୀକାନ୍ତ ପ୍ରଧାନ କହିଛନ୍ତି ଯେ, ସେ ଯେତେବେଳେ ଆସାମୀକୁ ନେଇ କୋର୍ଟ କୁ ଯାଆନ୍ତି ସେତେବେଳ ଠାରୁ ହିଁ ତାଙ୍କ ମନରେ ଝିଅ କୁ ଜଣେ ନ୍ୟାୟାଧିଶ ଭାବରେ ଦେଖିବାରେ ସ୍ବପ୍ନ ଉଙ୍କି ମାରୁଥିଲା । ଯାହା ଆଜି ତାଙ୍କ ଝିଅ ପୁରଣ କରିଛି ।
ଧୈର୍ଯ୍ୟ, ଏବଂ ସ୍ଥିର ନିଶ୍ଚିତତ୍ତା ହିଁ ସଫଳତାର ମୂଳମନ୍ତ୍ର । ପରିବାରର ସମର୍ଥନ ରହିଲେ ଝିଅଟିଏ ସବୁ କିଛି କରିପାରିବ । ମହିଳା ବା ଝିଅ ମାନଙ୍କ ପାଇଁ ଯୁଡ଼ିଶିଆଲ ବ୍ୟବସ୍ଥାରେ ବହୁତ୍ ସ୍କୋପ ରହିଛି ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି ଶୁଭଶ୍ରୀ । ସେପଟେ ତାଙ୍କ ମାଆ କହିଛନ୍ତି ଯେ, ଝିଅ ଉପରେ ବିଶ୍ୱାସ ରହିଛି ଯେ, ସେ ଚୌକିର ସମ୍ମାନ ରଖି ନିରପେକ୍ଷ ଭାବରେ ଲୋକଙ୍କୁ ନ୍ୟାୟ ଦେବ । ପିଲାଦିନୁ ଶୁଭଶ୍ରୀଙ୍କ ମନରେ ତାଙ୍କ ବାପା ଓ ବଡବାପା ଯୁଡ଼ିଶିଆଲ୍ ବ୍ୟବସ୍ଥା ପ୍ରତି ଗୋଟିଏ ଦୁର୍ବଳତା ପୁରାଇଥିଲେ । ଯେଉଁଥିପାଇଁ ପରେ ପରିଶ୍ରମ କରି ସଫଳତା ହିସାବରେ ଶୁଭଶ୍ରୀ ସାଉଁଟି ପାରିଛନ୍ତି । ଯୁକ୍ତ ୨ ପରେ ଶୁଭଶ୍ରୀ ଇଣ୍ଟିଗ୍ରେଟେଡ୍ ଲ’ କରିବା ପରେ ନିଜର ଦ୍ଵିତୀୟ ପ୍ରୟାସରେ ଓଜେଏସ କ୍ଲିଅର୍ କରିଛନ୍ତି ।
BREAKING NEWS
- କମ୍ ପରିସ୍ରା ହେଉଥିଲେ ସାବଧାନ! ହୋଇପାରେ ଗମ୍ଭୀର ରୋଗର ଲକ୍ଷଣ
- ତ୍ରିଶତକ ମାରି ଚର୍ଚ୍ଚାରେ ଥିଲେ, ୭ ବର୍ଷ ପରେ ପୂନର୍ବାର ଫେରିବେ କି ଦଳକୁ
- ‘୩୭୦ ଉଚ୍ଛେଦ ନହୋଇଥିଲେ ବି ଜାରି ରହିଥାନ୍ତା ଜମ୍ମୁ-କାଶ୍ମୀରର ବିକାଶ ଧାରା’
- ନିଆଁ ଲିଭାଇ ପାରେ କି ସମୁଦ୍ର ପାଣି?
- ଚାଲିବନି ଆଉ ରାପିଡୋ, ଉବୋର…ଆରଟିଏ ଲଗାଇଲା ରୋକ୍
- ଜୋରରେ ହସିବା ମଧ୍ୟ ହୋଇପାରେ ମୃତ୍ୟୁର କାରଣ, ଜାଣନ୍ତୁ କଣ କହୁଛି ବିଜ୍ଞାନ
- ମକର ସଂକ୍ରାନ୍ତି ଆଉ ଗୁଡି, ଜାଣନ୍ତୁ ଏହାର ପୌରାଣିକ କଥା…
- ଦିଲ୍ଲୀ ବିଧାନସଭା ନିର୍ବାଚନ: ପ୍ରଚାର ମଇଦାନରେ ରାହୁଲ ଗାନ୍ଧୀ
- ବନ୍ଦ ରହିବ ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ
- ସିଙ୍ଗଡା ଭିତରେ ବ୍ଲେଡ୍, ଥାନାରେ ଏତଲା
Comments are closed.