ପୁରୀ: ପ୍ରକାଶ ପାଇଛି ଚଳିତ ବର୍ଷର ଓଜେଏସ ପରୀକ୍ଷା ଫଳ । ପ୍ରଥମ ପ୍ରୟାସରେ ଭୁବନେଶ୍ଵର ଝିଅ ସୁଶ୍ରୀତା ମିଶ୍ର ପ୍ରଥମ ସ୍ଥାନରେ ଥିବା ବେଳେ ନିଲିଶା ପଟ୍ଟନାୟକ ଦ୍ଵିତୀୟରେ ଓ ଅନନ୍ୟା ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହାରି ଭିତରେ ପୁରୀର ଝିଅ ଶୁଭଶ୍ରୀ ସୌମ୍ୟାକାନ୍ତି ପ୍ରଧାନ ପରୀକ୍ଷାରେ ୧୨ ନମ୍ବର୍ ସ୍ଥାନ ହାସଲ କରିଛନ୍ତି ।
ପୁରୀ ତଳ ମାଳିସାହିର ଶୁଭଶ୍ରୀଙ୍କ ବାପା ଜିଲ୍ଲାର ଜଣେ ପୋଲିସ ଅଧିକାରୀ ହୋଇଥିବା ବେଳେ ମାଆ ଜଣେ ଶିକ୍ଷୟତ୍ରୀ ଅଟନ୍ତି । ଶୁଭଶ୍ରୀ ଯେତେବେଳେ ଯୁକ୍ତ ୨ ପଢୁଥିଲେ,ସେତେବେଳେ ଘରେ ସମସ୍ତଙ୍କ ଇଚ୍ଛା ଥିଲା ଶୁଭଶ୍ରୀଙ୍କୁ ଡାକ୍ତର କରିବାକୁ । କିନ୍ତୁ ତାଙ୍କ ବାପାଙ୍କ ଇଛା ଥିଲା ଯେ ସେ ଯୁଡ଼ିଶିଆଲ ଲାଇନ୍ ରେ ଯିବେ । ଆଉ ବାପାଙ୍କ ସ୍ବପ୍ନକୁ ପୂରଣ କରିବା ପାଇଁ ଛୋଟବେଳୁ ଶୁଭଶ୍ରୀ ଦେଖିଆସିଥିଲେ ଏହି ସ୍ଵପ୍ନ । ଝିଅର ସଫଳତା ଦେଖି ତାଙ୍କ ବାପା ଲକ୍ଷ୍ମୀକାନ୍ତ ପ୍ରଧାନ କହିଛନ୍ତି ଯେ, ସେ ଯେତେବେଳେ ଆସାମୀକୁ ନେଇ କୋର୍ଟ କୁ ଯାଆନ୍ତି ସେତେବେଳ ଠାରୁ ହିଁ ତାଙ୍କ ମନରେ ଝିଅ କୁ ଜଣେ ନ୍ୟାୟାଧିଶ ଭାବରେ ଦେଖିବାରେ ସ୍ବପ୍ନ ଉଙ୍କି ମାରୁଥିଲା । ଯାହା ଆଜି ତାଙ୍କ ଝିଅ ପୁରଣ କରିଛି ।
ଧୈର୍ଯ୍ୟ, ଏବଂ ସ୍ଥିର ନିଶ୍ଚିତତ୍ତା ହିଁ ସଫଳତାର ମୂଳମନ୍ତ୍ର । ପରିବାରର ସମର୍ଥନ ରହିଲେ ଝିଅଟିଏ ସବୁ କିଛି କରିପାରିବ । ମହିଳା ବା ଝିଅ ମାନଙ୍କ ପାଇଁ ଯୁଡ଼ିଶିଆଲ ବ୍ୟବସ୍ଥାରେ ବହୁତ୍ ସ୍କୋପ ରହିଛି ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି ଶୁଭଶ୍ରୀ । ସେପଟେ ତାଙ୍କ ମାଆ କହିଛନ୍ତି ଯେ, ଝିଅ ଉପରେ ବିଶ୍ୱାସ ରହିଛି ଯେ, ସେ ଚୌକିର ସମ୍ମାନ ରଖି ନିରପେକ୍ଷ ଭାବରେ ଲୋକଙ୍କୁ ନ୍ୟାୟ ଦେବ । ପିଲାଦିନୁ ଶୁଭଶ୍ରୀଙ୍କ ମନରେ ତାଙ୍କ ବାପା ଓ ବଡବାପା ଯୁଡ଼ିଶିଆଲ୍ ବ୍ୟବସ୍ଥା ପ୍ରତି ଗୋଟିଏ ଦୁର୍ବଳତା ପୁରାଇଥିଲେ । ଯେଉଁଥିପାଇଁ ପରେ ପରିଶ୍ରମ କରି ସଫଳତା ହିସାବରେ ଶୁଭଶ୍ରୀ ସାଉଁଟି ପାରିଛନ୍ତି । ଯୁକ୍ତ ୨ ପରେ ଶୁଭଶ୍ରୀ ଇଣ୍ଟିଗ୍ରେଟେଡ୍ ଲ’ କରିବା ପରେ ନିଜର ଦ୍ଵିତୀୟ ପ୍ରୟାସରେ ଓଜେଏସ କ୍ଲିଅର୍ କରିଛନ୍ତି ।
BREAKING NEWS
- ସୁଜାତା କାର୍ତ୍ତିକେୟନଙ୍କ ଡିପ୍ଫେକ୍ ଭିଡିଓକୁ ନେଇ ରାଜନୀତି ସରଗରମ; କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି
- ଆମ୍ବୁଲାନ୍ସ ଦୁର୍ଘଟଣାରେ ଆଈ ଓ ନାତୁଣୀ ମୃତ, ୨ ଜଣ ଗୁରୁତର
- ସାମାନ୍ୟ ବଚସାରୁ ଗୋଷ୍ଠୀ ସଂଘର୍ଷ, ୩ ଗୁରୁତର ୨ ଆହତ
- ଟାଇଗର ଶ୍ରଫଙ୍କ ଉପରେ ଗୁଳିମାଡ଼: ସେଲିବ୍ରିଟିଙ୍କ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବେ ମହାରାଷ୍ଟ୍ର ସରକାର; କାର୍ଯ୍ୟାନୁଷ୍ଠାନ ଦାବି କଲା AICWA
- ୧୭ରୁ ଅଧିକ ମାମଲାରେ ସଂପୃକ୍ତ ଦୁର୍ଦ୍ଦାନ୍ତ ଅପରାଧୀ ବଣ୍ଟି ପ୍ରସାଦକୁ ଏନ୍କାଉଣ୍ଟର
- Weather Update: ଦଶହରାରେ ଖରାପ ହେବନି ପାଣିପାଗ, ବର୍ଷାରେ ଭିଜିପାରେ କୁମାର ପୂର୍ଣ୍ଣିମା
- ଦୁର୍ଗାପୂଜା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି; ୧,୨୪୩ଟି ପୂଜା ମଣ୍ଡପରେ…
- ଲସ୍ ଆଞ୍ଜେଲସରେ ହେବ ‘ରାମାୟଣ’ର ୱାର୍ଲ୍ଡ ପ୍ରିମିୟର
- ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କୁ ମୁମ୍ବାଇର ‘ଶିବତୀର୍ଥ’ ବାସଭବନରେ ଭେଟିଲେ ଅଭିନେତା ଆମିର ଖାଁ
- ରଣଜୀ ଟ୍ରଫି: ଓଡ଼ିଶାର ଭଲ ଆରମ୍ଭ ପରେ ମଜବୁତ ସ୍ଥିତିକୁ ଫେରିଲା କେରଳ, ସଚିନ୍ ବେବିଙ୍କ ଶତକ

Comments are closed.