Latest Odisha News

ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀଙ୍କ ଆନ୍ଦୋଳନ, ରାସ୍ତାରୋକ

ପୁରୀ: କୋର୍ସ ସରିନି ପରୀକ୍ଷା ହେବ A। ଏହାକୁ ବିରୋଧ କରି ପୁରୀ ସରକାରୀ ମହିଳା ମହାବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି । ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । କଲେଜର ମୁଖ୍ୟ ଫାଟକରେ ଭଙ୍ଗାରୁଜା ହୋଇଛି । ପୋଲିସ ଓ ଆନ୍ଦୋଳନରତ ଛାତ୍ରୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି ।

ପରୀକ୍ଷା ତାରିଖ ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି । ଯୁକ୍ତ ତିନି ବାଣିଜ୍ୟ ଓ ବିଜ୍ଞାନ ବିଭାଗରେ ଅନଲାଇନ୍ କ୍ଲାସ ହୋଇପାରିନାହିଁ । ଏଭଳିକି ଅଫଲାଇନ୍ କ୍ଲାସ୍ ସମୟରେ ଅଧିକାଂଶ ଅଧ୍ୟାପକ କଲେଜକୁ ଆସି କ୍ଲାସ କରିନାହାଁନ୍ତି । ଏଭଳି ସ୍ଥିତିରେ ଆଉ ୧୦ଦିନ ପରେ ତୃତୀୟ ସେମିଷ୍ଟାର ପରୀକ୍ଷା ହେବା ପାଇଁ କଲେଜ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ।

କ୍ଲାସ ହୋଇ ନଥିବାରୁ କୋର୍ସ ସରିନାହିଁ । ଏଭଳି ସ୍ଥଳେ ପରୀକ୍ଷା ହେବା ସମ୍ଭବ ନୁହେଁ ବୋଲି ଅଭିଯୋଗ ଆଣି ଛାତ୍ରୀମାନେ ଧାରଣା ଦେଇଛନ୍ତି । ପୂର୍ବରୁ ମଧ୍ୟ ଛାତ୍ରୀମାନେ ଧାରଣା ଦେଇଥିଲେ । ଦାବି ପୂରଣ ନହେବାରୁ ଆଜି ସେମାନେ ପୁଣି ଆନ୍ଦୋଳନ କରିବା ସହ ରାସ୍ତାରୋକ କରିଛନ୍ତି ।

Leave A Reply

Your email address will not be published.