Latest Odisha News

BREAKING NEWS

ଆଖଣ୍ଡଳମଣି ମନ୍ଦିରର ଜଣେ ସେବାୟତଙ୍କୁ କରୋନା, ୧୭ ଯାଏ ମନ୍ଦିର ବନ୍ଦ

ଭଦ୍ରକ: ରାଜ୍ୟ ଭଳି ଭଦ୍ରକ ଜିଲ୍ଲାରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣି ମନ୍ଦିରର ଜଣେ ସେବାୟତ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ଆଖଣ୍ଡଳମଣି ମନ୍ଦିରରେ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି । ଆଜି ଦିନ ୧୨ଟାରୁ କେହି ମନ୍ଦିର ମଧ୍ୟକୁ ପ୍ରବେଶ କରିବେ ନାହିଁ ।

ଶ୍ରଦ୍ଧାଳୁଙ୍କ ପାଇଁ ଏହି କଟକଣା ଜାରି କରାଯାଇଛି । ୧୭ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ବାରଣ କରାଯାଇଛି । କେବଳ ରୀତିନୀତି ଅନୁସାରେ ସେବାୟତ ପୂଜା କରିବା ନେଇ ପ୍ରଶାସନ ନିଷ୍ପତ୍ତି ନେଇଛି ।

Leave A Reply

Your email address will not be published.