Latest Odisha News

BREAKING NEWS

ପୁରୀରେ ଝାଡ଼ାବାନ୍ତି ଆତଙ୍କ, ନେଲାଣି ୨ ମୁଣ୍ଡ

ପୁରୀ: ପୁରୀ ସହରର ବିଭିନ୍ନ ଅଞ୍ଚଳରେ ବ୍ୟାପୁଛି ଝାଡ଼ାବାନ୍ତି । ବାଲିସାହି, ରେଡକ୍ରସ୍‌ ରୋଡ୍‌ ସହ ବିଭିନ୍ନ ଅଞ୍ଚଳରେ ଏକାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଯାବତ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପୁରୀରେ ୨ ଜଣ ଆଖି ବୁଜି ସାରିଥିବା ବେଳେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଜଣ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି।

ସୂଚନା ଅନୁସାରେ, ପୁରୀର ବାଲିସାହି, ରେଡ଼କ୍ରସ୍ ରୋଡ୍ ସହ ବିଭିନ୍ନ ଅଞ୍ଚଳରେ ଏକାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଏକାଧୀକ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଦ୍ୱୟ ହେଲେ ବାଲିସାହିର ଦାମୋଦର ପଣ୍ଡା ଏବଂ ପୂର୍ଣ୍ଣବାସୀ ମଠର ମାତା ମା’ । ତେବେ କ’ଣ ପାଇଁ ଏପରି ସ୍ଥିତି ଉପୁଜୁଛି ସେନେଇ କୌଣସି ସୂଚନା ମିଳିନାହିଁ ।

Leave A Reply

Your email address will not be published.