Latest Odisha News

BREAKING NEWS

ବେଆଇନ ଶିଶୁ ଚାଲାଣର ଘଟଣାର ପର୍ଦାଫାଶ କଲା ପୋଲିସ, ୯୫ ଶିଶୁ ଉଦ୍ଧାର

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ନିର୍ବାଚନ ଜାରି ରହିଥିବା ବେଳେ ଏକ ବେଆଇନ ଶିଶୁ ଚାଲାଣ ଘଟଣା ସାମ୍ନାକୁ ଆସିଛି । ବେଆଇନ ଭାବେ ବିହାରରୁ ଉତ୍ତରପ୍ରଦେଶ ଚାଲାଣ ହେଉଥିବା ୯୫ ଜଣ ଶିଶୁଙ୍କୁ ଉଦ୍ଧାର କରିଛି ଶିଶୁ ଆୟୋଗ । ଉଦ୍ଧାର କରାଯାଇଥିବା ପିଲାମାନଙ୍କ ବୟସ ୪-୧୨ ବୋଲି ସୂଚନା ଦେଇଛି ୟୁପି ପୋଲିସ ।

ଅଯୋଧ୍ୟା ଶିଶୁ କଲ୍ୟାଣ କମିଟିର ଅଧ୍ୟକ୍ଷ ସୌରଭ ଆୱାସୀଙ୍କ କହିବା ଅନୁସାରେ, ଆଜି ସକାଳେ ୟୁପି ଶିଶୁ ଆୟୋଗର ସଦସ୍ୟ ସୁଚିତ୍ରା ଚାଟୁର୍ବେଦୀଙ୍କଠାରୁ ସୂଚନା ପାଇବା ପରେ CWC ସଦସ୍ୟମାନେ ପିଲାମାନଙ୍କୁ ଉଦ୍ଧାର କରିଥିଲେ । ବର୍ତ୍ତମାନ ପିଲାମାନଙ୍କୁ ଖାଦ୍ୟ ଓ ଚିକିତ୍ସା ଯୋଗାଇ ଦିଆଯାଉଛି । ଉଦ୍ଧାର ହୋଇଥିବା ସମସ୍ତ ପିଲାମାନଙ୍କ ବୟସ ୪ରୁ ୧୨ ବର୍ଷ ହେବ ବୋଲି ଜଣାପଡିଛି । ତେବ ଚାଲାଣ ହେଉଥିବା ପିଲାମାନଙ୍କ ଅଭିଭାବକଙ୍କ ପକ୍ଷରୁ କୌଣସି ସ୍ୱୀକୃତି ମିଳିନଥିଲା । ପିଲାମାନେ କେଉଁଠାକୁ ଯାଉଛନ୍ତି ତା’ହା ମଧ୍ୟ ଜାଣିନାହାଁନ୍ତି । ବର୍ତ୍ତମାନ ସେମାନଙ୍କ ବାପା-ମାଆଙ୍କୁ ଯୋଗାଯୋଗ କରାଯାଉଛି । ଏହି ରାକେଟରେ ଯେଉଁମାନେ ବି ସାମିଲ ଅଛନ୍ତି, ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅଯୋଧ୍ୟା ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ବିହାରର କିଛି ଛୋଟ ଛୋଟ ପିଲାଙ୍କୁ ମାଦ୍ରାସା ଚାଲାଣ କରାଯାଉଥିବା ବେଳେ ଗୋରଖପୁର ଠାରେ ଉତ୍ତରପ୍ରଦେଶ ଉଦ୍ଧାର କରିଥିଲା ରାଜ୍ୟ ଶିଶୁ ଆୟୋଗ । ଭାରତୀୟ ସମ୍ବିଧାନ ପ୍ରତି ଶିଶୁକୁ ଶିକ୍ଷାର ଅଧିକାର ଦିଏ । ସବୁ ପିଲା ସ୍କୁଲ ଯିବା ବାଧ୍ୟତାମୂଳକ ଅଟେ । କିନ୍ତୁ ଦାନ ହାସଲ ପାଇଁ ଗରୀବ ପିଲାମାନଙ୍କୁ ବାହାର ରାଜ୍ୟକୁ ପଠାଯାଇ ମାଦ୍ରାସାରେ ଭର୍ତ୍ତି କରାଯାଉଛି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ।

Leave A Reply

Your email address will not be published.