Latest Odisha News

BREAKING NEWS

Puri Gundicha Temple To Reopen: ଭକ୍ତଙ୍କ ପାଇଁ ଖୁସି ଖବର..ଏହି ଦିନଠୁ ଗୁଣ୍ଡିଚା ମନ୍ଦିରରେ ସର୍ବସାଧାରଣ ଦର୍ଶନ

ପୁରୀ: ଦୀର୍ଘ ପ୍ରାୟ ୬ ବର୍ଷ ହେଲା ବନ୍ଦ ରହିଥିଲା ଗୁଣ୍ଡିଚା ମନ୍ଦିର । ଏବେ ଡିସେମ୍ବର ୧ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର। ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ସୂଚନା ଦେଲେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ।

ଗୁଣ୍ଡିଚା ମନ୍ଦିର କୋଭିଡ ମହାମାରୀ ଠାରୁ ବନ୍ଦ ରହିଥିଲା । ଫଳରେ ଦୀର୍ଘ ବର୍ଷ ଧରି ଦର୍ଶନରୁ ବଞ୍ଚିତ ରହୁଥିଲେ ସର୍ବସାଧାରଣ । ଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ଵରେ ଥିବା ଜବରଦଖଲ ହଟିଛି କରାଯାଇଛି। ଟେଣ୍ଡର ଦିଆନଯାଇ ଶ୍ରୀମନ୍ଦିର ପ୍ରଶାସନ ନିଜେ ଏହାକୁ ପରିଚାଳନା କରିବ। ଟିକେଟ୍ ଦର୍ଶନ ବ୍ୟବସ୍ଥା ହେବ ନା ନାହିଁ ପରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ଦିବ୍ୟଜ୍ୟୋତି ।

Comments are closed.