ପୁରୀ: ପୁରୀ ଶରଧାବାଲି ୩ ଭକ୍ତଙ୍କ ମୃତ୍ୟୁ ଘଟଣା । ଏହି ଘଟଣାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦୁଃଖ ପ୍ରକାଶ କରିଛନ୍ତି। ସେହିପରି ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଏକ୍ସରେ ପୋଷ୍ଟ କରି କହିଛନ୍ତି ଏହି ଘଟଣା ପରେ ମୁଁ ଅତ୍ୟନ୍ତ ମର୍ମାହତ, ମହାପ୍ରଭୁ ନିକଟରେ ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ ପରିବାରବର୍ଗକୁ ସମବେଦନା ଜଣାଉଛି ବୋଲ କହିଛନ୍ତି।
ମନ୍ତ୍ରୀ କହିଛନ୍ତି, ଏପରି ସମୟରେ ତାଙ୍କ ପରିବାରବର୍ଗକୁ ମହାପ୍ରଭୁ ଅସୀମ ଧେର୍ଯ୍ୟ ଦିଅନ୍ତୁ। ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ବ୍ୟବସ୍ଥା କରାଯାଇଛି। ଏଥିସହ ସମସ୍ତ ଆହତ ବ୍ୟକ୍ତିମାନଙ୍କ ଆଶୁଆରୋଗ୍ୟ କାମନା କରୁଛି ବୋଲି କହିଛନ୍ତି ଆଇନମନ୍ତ୍ରୀ। ଏଥିସହ ଏହି ଘଟଣାରେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କ୍ଷମା ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ଏ ଘଟଣାରେ ମୁଁ ଓ ମୋ ସରକାର କ୍ଷମା ମାଗୁଛୁ ବୋଲି କହିଛନ୍ତି ମୋହନ ମାଝୀ । ଅବହେଳା ଅକ୍ଷମଣୀୟ । ସୁରକ୍ଷା ଅବହେଳାର ତୁରନ୍ତ ତଦନ୍ତ କରାଯିବ ନେଇ କହିଲେ ମୁଖ୍ୟମନ୍ତ୍ରୀ ।
ଅନ୍ୟପଟେ ଆଡ଼ପ ମଣ୍ଡପ ବିଜେ ନୀତି ଶୃଙ୍ଖଳିତ କରିବା ପାଇଁ ଆଲୋଚନା ଚାଲିଛି। ଆଡ଼ପ ପହଣ୍ଡି ବିଜେ ନୀତି ସନ୍ଧ୍ୟା ୫ଟାରୁ ୬ ମଧ୍ୟରେ ହେବ। ସେପଟେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଦ୍ବିତୀୟ ଦିନରେ ଚାଲିଛି। ବିଶେଷଜ୍ଞ ଦଳର ୧୩ ଜଣିଆ କମିଟି ସହ ଆଲୋଚନା କରିଛି। ନୀଳାଦ୍ରି ବିଜେ ପୂର୍ବରୁ ମରାମତି କାର୍ଯ୍ୟ ସମ୍ପନ୍ନ ହେବା ଉପରେ ଗୁରୁତ୍ବ ଦିଆଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।
Comments are closed.