ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ହେବ ବନକଲାଗି ନୀତି । ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତ ମହାପାତ୍ର ସେବକମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପନ୍ନ କରିବେ। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ।
ଏହା ଏକ ଗୁପ୍ତ ସେବା ଓ ସ୍ୱତନ୍ତ୍ର ନୀତି ହୋଇଥିବାରୁ ୪ଘଣ୍ଟା ଧରି ନୀତି ଚାଲିବ । ଏଥିପାଇଁ ଅପରାହ୍ଣ ସାଢ଼େ ୪ଟାରୁ ରାତି ସାଢ଼େ ୮ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ବନକଲାଗି ନୀତି ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବ।
ଚଳିତବର୍ଷର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ତୃତୀୟ ପର୍ଯ୍ୟାୟ ରଥକାଠ ପହଞ୍ଚିଛି । ନୟାଗଡ଼ ବନଖଣ୍ଡରୁ ୧୮ଟି ଧଉରା କାଠ ଆସିଛି। ରାମନବମୀ ଦିନ କଟକ ଖପୁରିଆ ଶ’ ମିଲ୍ରେ ରଥ କାଠ ଚିରଟ ଅନୁକୂଳ କରାଯିବ ।
ଏଥିସହ ପବିତ୍ର ଅକ୍ଷୟ ତୃତୀୟାରେ ଆଗାମୀ ରଥଯାତ୍ରା ଲାଗି ରଥ ର୍ନିମାଣ କାର୍ଯ୍ୟର ଶୁଭାରମ୍ଭ ହେବ। ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ନୟାଗଡ଼ ଦଶପଲ୍ଲାରୁ ୬୩ଖଣ୍ଡ ରଥକାଠ ରଥଖଳାରେ ପହଞ୍ଚି ସାରିଛି ।
Comments are closed.