Latest Odisha News

BREAKING NEWS

ଆଗକୁ ନିର୍ବାଚନ, ଜଗନ୍ନାଥଙ୍କ ବାଡଗ୍ରାହୀଙ୍କୁ ନେଇ ପୂଜାର୍ଚ୍ଚନା କଲେ ଦିଦି

କୋଲକାତା: ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘରେ ବିରାଟ ପୂଜାର୍ଚ୍ଚନା । ତାଙ୍କ କାଳିଘାଟସ୍ଥିତ ବାସଭବନରେ ଏହି ପୂଜା କରିଛନ୍ତି ଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଓରଫ ଜଗୁନି । ମମତାଙ୍କୁ ପୁତୁରା ତଥା ତୃଣମୂଳ କଂଗ୍ରେସ ସାଂସଦ ଏହି ପୂଜା ବେଳେ ଜଗନ୍ନାଥ ସେବାୟତଙ୍କ ସହ ମନ୍ତ୍ରପାଠ କରୁଥିବା ଦେଖିବାକୁ ମିଳିଛି । ଆଉ ଏହାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ନିଜେ ଦିଦି ।

ଗୋଟିଏ ପଟେ ନିର୍ବାଚନ ତାରିଖ ଘୋଷଣା ହେବାର ଥିବା ବେଳେ ଅନ୍ୟପଟେ ଦିଦିଙ୍କ ଏହି ପୂଜାରୁ ଜଣାପଡୁଛି ଯେ ଏଥର ବି ସେ ଓ ତାଙ୍କ ଦଳ କିପରି ନିର୍ବାଚନରେ ଭଲ ଭୋଟରେ ଜିତିବେ ସେହି ଉଦ୍ଦେଶ୍ୟରେ କରାଯାଉଥିବା ଅନୁମାନ କରାଯାଉଛି । ଏହି ପୂଜା ପ୍ରାୟ ୧୦ଘଣ୍ଟା ଧରି ଚାଲିଥିଲା । ଏଥିରେ ଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁଙ୍କ ସହ ସାତ ଜଣ ପୁରୋହିତ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।

ମମତା ବାନାର୍ଜୀ ଜଗନ୍ନାଥଙ୍କ ଜଣେ ଭକ୍ତ ହୋଇଥିବା ବେଳେ ଅଧିକାଂଶ ସମୟରେ ସେ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଥାନ୍ତି । ଏପରିକି ଜଗନ୍ନାଥଙ୍କ ସେବାୟତମାନେ ମଧ୍ୟ ତାଙ୍କ କାଳିଘାଟସ୍ଥିତ ବାସଭବନକୁ ଅଧିକାଂଶ ସମୟରେ ଯିବା ଆସିବା କରିଥାନ୍ତି ।

ଗତ ୨୦୧୯ ଲୋକସଭା ନିର୍ବାଚନ ବେଳେ ଜଗନ୍ନାଥଙ୍କ ଦଇତାପତିମାନେ ପୂର୍ବାନୁମାନ କରିଥିଲେ ଯେ ଟିଏମସି ସମ୍ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ପାଇ ବିଜୟୀ ହେବ । କିନ୍ତୁ ଚଳିତଥର କଣ ପୂର୍ବାନୁମାନ ହୋଇଛି ତାହା ଜଣାପଡିନି ।

Leave A Reply

Your email address will not be published.