Latest Odisha News

BREAKING NEWS

ଏଣିକି ସପ୍ତାହରେ ୬ ଦିନ ଶ୍ରୀମନ୍ଦିର ଖୋଲା, ବଢ଼ିଲା ସର୍ବସାଧାରଣ ଦର୍ଶନ ଅବଧି

ପୁରୀ: ଶ୍ରୀଜିଉଙ୍କୁ ଏଣିତିକ ସପ୍ତାହରେ ୬ ଦିନ ଦର୍ଶନ କରିପାରିବେ ଭକ୍ତ । ଶନିବାର ବି ଶ୍ରଦ୍ଧାଳୁଙ୍କ ପାଇଁ ଖୋଲା ରହିବ ବଡ଼ଦେଉଳ ଦୁଆର । ଭିଡିଓ କନଫରେନସିଂ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି  ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏନେଇ ସାନି ଏସଓପି ଜାରି ହୋଇଛି ।

ଏଥିସହ ନିଷ୍ପତ୍ତି ହୋଇଛି ଦୈନିକ ଆଉ ଦୁଇ ଘଣ୍ଟା ଅଧିକ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ । ଏଣିକି ସକାଳ ୭ଟାରୁ ରାତି ୯ଟା ଯାଏ ସର୍ବସାଧାରଣ ଦର୍ଶନ ଚାଲିବ । ପୂର୍ବରୁ ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏ ଦର୍ଶନ ଅନୁମତି ଥିଲା ।

ପୂର୍ବ ନିଷ୍ପତ୍ତି ଅନୁସାରେ ପୂଜାପର୍ବାଣୀରେ ବନ୍ଦ ରହିବ  ଶ୍ରୀମନ୍ଦିର । ଆସନ୍ତା ୧୦ ତାରିଖ ଗଣେଶ ପୂଜା  ଓ ୧୭ ତାରିଖରେ ବିଶ୍ୱକର୍ମା ପୂଜା ଦିନ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଅକ୍ଟୋବର ମାସରେ ମଧ୍ୟ ଶ୍ରୀମନ୍ଦିର ୩ ଦିନ ବନ୍ଦ ରଖାଯିବା ନେଇ ନିଷ୍ପତ୍ତି ହୋଇଛି । ସବୁ ରବିବାର ମନ୍ଦିର ସାନିଟାଇଜ୍ କରାଯିବ ।

ସର୍ବସାଧାରଣ ଦର୍ଶନ ପାଇଁ ପୂର୍ବରୁ ଜାରି ହୋଇଥିବା କଟକଣା ବଳବତ୍ତର ରହିବ । ଅନ୍ୟପଟେ ଦୀପ ଜାଳିବା କଟକଣାକୁ କୋହଳ କରାଯାଇଛି । ଏଣିକି ମନ୍ଦିରରେ ଶ୍ରଦ୍ଧାଳୁ ଦୀପ ଜାଳି ପାରିବେ । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଦର୍ଶନ ବ୍ୟବସ୍ଥା କରାଯାଇଛି । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ ।

Leave A Reply

Your email address will not be published.