Latest Odisha News

୩ ଦିନ ଯାଏ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ: ପୁରୀ ଜଗନ୍ନାଥ ମନ୍ଦିର ତିନି ଦିନ ପର୍ଯ୍ୟନ୍ତ ବନ୍ଦ ରହିବ। ଶୁକ୍ରବାର ଗଣେଶ ଚତୁର୍ଥୀ ହୋଇଥିବାରୁ ଆଗାମୀ ୨ ଦିନ ପାଏ ଶ୍ରୀମନ୍ଦିର ଦ୍ବାର ଭକ୍ତଙ୍କ ଲାଗି ବନ୍ଦ ରହିବ ବୋଲି ସୂଚନା ମିଳିଛି।

ସେପ୍ଟେମ୍ବର ୯ ରେ SJTA ଦ୍ବାରା ଜାରି ନୂତନ ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ ମନ୍ଦିର ପରିଦର୍ଶନ କରିବାର ସମୟ ସହିତ ରାତି ୯ ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା ବୃଦ୍ଧି କରାଯାଇଛି।

ଗଣେଶ ପୂଜାର ଶୁଭ ଅବସରରେ ଓଡ଼ିଶା ଏବଂ ଭାରତରେ ପାର୍ବଣ ଋତୁ ଆରମ୍ଭ ହୋଇଛି। କରୋନା ସତର୍କତାକୁ ଦୃଷ୍ଟିରେ ରଖି ଲୋକଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ବାରଣ କରାଯାଇଛି।

ସୂଚନା ଅନୁଯାୟୀ ଆସନ୍ତା ସପ୍ତାହରୁ ଭକ୍ତଙ୍କୁ ଶନିବାର ଦିନ ଜଗା ଦର୍ଶନ ପାଇଁ ଅନୁମତି ଦିଆଯିବ।

ଭକ୍ତମାନଙ୍କୁ ମନ୍ଦିର ପରିଦର୍ଶନ ପୂର୍ବରୁ ୯୬ ଘଣ୍ଟା ପୂର୍ବରୁ ମିଳିଥିବା ଆର୍‌ଟିପିସିଆର୍‌ ନେଗେଟିଭ ରିପୋର୍ଟ କିମ୍ବା ଉଭୟ ଡୋଜ ଟିକା ନେଇଥଇବା ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ।

ସେପ୍ଟେମ୍ବର-ଅକ୍ଟୋବରରେ ବିଶ୍ୱକର୍ମା ପୂଜା, କୁମାର ପୂର୍ଣ୍ଣିମା ଏବଂ ଦଶହରାରେ ମଧ୍ୟ ମନ୍ଦିର ବନ୍ଦ ରହିବ।

Comments are closed.