Latest Odisha News

BREAKING NEWS

ଲାଞ୍ଚ ନେଇ ବନ୍ଧା ହେଲେ ଥାନା ବାବୁ, ଚାକିରିରୁ ସସପେଣ୍ଡ କଲେ ଏସପି

ପୁରୀ: ଥାନା ବାବୁଙ୍କୁ ଲାଞ୍ଚ ନେବା ମହଙ୍ଗା ପଡ଼ିଲା । ଲାଞ୍ଚ ଅଭିଯୋଗରେ ଗିରଫ ହୋଇଛନ୍ତି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଏଏସଆଇ । ତାଙ୍କ ନାଁ ଈଶ୍ୱରଚନ୍ଦ୍ର ଗୁମାନ ସିଂ । ଗିରଫ ପରେ ତାଙ୍କୁ ଚିକିରିରୁ ନିଲମ୍ବନ କରିଛନ୍ତି ପୁରୀ ଏସପି । ଜଣେ ବ୍ୟବସାୟୀଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ କୃଷ୍ଣପ୍ରସାଦ ଥାନା ଏଏସଆଇ ଗିରଫ ହୋଇଛନ୍ତି ।

ଏସଡିପିଓ ଘଟଣାର ତଦନ୍ତ କରି ପୁରୀ ଏସପିଙ୍କୁ ରିପୋର୍ଟ ଦେଇଥିଲେ । ତାପରେ ଏସପି କାର୍ୟ୍ୟାନୁଷ୍ଠାନ ନେଇଛନ୍ତି । ଈଶ୍ୱରଚନ୍ଦ୍ର ଗୁମାନ ସିଂଙ୍କୁ ନିଲମ୍ବନ ନେଇ ପୁରୀ ଏସ୍‌ପି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.