Latest Odisha News

BREAKING NEWS

Puri On High Alert: ଦିଲ୍ଲୀ ବିସ୍ଫୋରଣ ପରେ ହାଇଆଲର୍ଟରେ ପୁରୀ

ପୁରୀ: ଦିଲ୍ଲୀ ବିସ୍ଫୋରଣ ପରେ ହାଇଆଲର୍ଟରେ ପୁରୀ। ହାଇଆଲର୍ଟ ନେଇ ପୁରୀ ଏସ୍‌ପି ଦେଇଛନ୍ତି ସୂଚନା। ବେଳାଭୂମି, ସମୁଦ୍ରକୂଳ ଓ ବଡ଼ଦାଣ୍ଡରେ ହାଇଆଲର୍ଟ ଜାରି ହୋଇଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବ, ରେଲେୱ ଷ୍ଟେସନ, ବସ୍‌ଷ୍ଟାଣ୍ଡରେ ହାଇଆଲର୍ଟ ଜାରି ହୋଇଛି। ପାଟ୍ରୋଲିଂ ବୃଦ୍ଧି ସହ ସମସ୍ତ ଆଇଆଇସିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ହୋଇଛି। କେବଳ ପୁରୀ ନୁହେଁ ଦିଲ୍ଲୀ ବିସ୍ଫୋରଣ ପରେ ବଢ଼ିଲା ହୀରାକୁଦ ଡ୍ୟାମ୍‌ ସୁରକ୍ଷା। ହୀରାକୁଦ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ନେଇ ସମ୍ବଲପୁର ଏସ୍‌ପି ଦେଇଛନ୍ତି ସୂଚନା। ବିଭିନ୍ନ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ପୋଲିସ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି। ସେହିପରି ଓଡିଶା ସୀମାବର୍ତ୍ତୀ ଅଞ୍ଚଳ ଗୁଡିକରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି।

ସୂଚନା ଥାଉକି, ଦିଲ୍ଲୀର ଲାଲକିଲ୍ଲା ନିକଟରେ ଏକ କାରରେ ଜୋରଦାର ବିସ୍ଫୋରଣ ଘଟିଛି। କାରଟି ମେଟ୍ରୋ ଷ୍ଟେସନ ନିକଟରେ ପାର୍କିଂ କରାଯାଇଥିଲା। ବିସ୍ଫୋରଣ ଯୋଗୁଁ ପ୍ରବଳ ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଏହି ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୧୦ ଜଣଙ୍କ ମୃତ୍ୟୁ ସହ ଆଉ ୨୪ ଜଣ ଆହତ ସୂଚନା ରହିଛି। ୨୪ ଆହତଙ୍କ ମଧ୍ୟରେ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ବିସ୍ଫୋରଣ ଯୋଗୁଁ ଆଖପାଖରେ ଥିବା କାରରେ ନିଆଁ ଲାଗିଯାଇଥିଲା।

ଯଦିଓ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ନିଆଁକୁ ଆୟତ କରିବା ପାଇଁ ପ୍ରାୟ ୭ଟି ଅଗ୍ନିଶମ ବାହିନୀ ଗାଡ଼ି ଏବଂ ଏକ ପୋଲିସ ଦଳ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି। ଦିଲ୍ଲୀ ପୋଲିସ ସୂତ୍ର ଅନୁସାରେ ବିସ୍ଫୋରଣ ବହୁତ ଜୋରରେ ହୋଇଥିଲା। ଡିସିପି, ସ୍ପେଶାଲ୍ ସେଲ୍ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଫୋରେନସିକ୍ ଏବଂ ବୈଷୟିକ ବିଶେଷଜ୍ଞମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରୁଛନ୍ତି।

Comments are closed.