Latest Odisha News

BREAKING NEWS

ପୁରୀରେ ଅପରାଧୀ ଗ୍ୟାଙ୍ଗର ପର୍ଦ୍ଦାଫାସ, ବିପୁଳ ପରିମାଣର ଚୋରା ସାମଗ୍ରୀ ଜବତ

ପୁରୀ : ବଳଙ୍ଗା ପୋଲିସକୁ ସଫଳତା । ଏକ ପେସାଦାର ଅପରାଧୀ ଗ୍ୟାଙ୍ଗକୁ ଗିରଫ କରିବାରେ ସପଳ ହୋଇଛି ପୋଲିସ ବିଭାଗ । ୩ ଜଣ ପେସାଦାର ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ନିକଟରୁ ବିପୁଳ ପରିମାଣର ଚୋରା ସାମଗ୍ରୀ ଓ ନଗଦ ୬୬ ହଜାର ଟଙ୍କା ଜବତ କରାଯାଇଛି ।

କିଛି ଦିନ ହେଲା ଆଖପାଖ ଅଂଚଳରେ ଚୋରି ବୃଦ୍ଧି ପାଇଥିବା ପୋଲିସ ନଜରକୁ ଆସିଥିଲା । ଗତ ଅକ୍ଟୋବର ୨୦ ତାରିଖରେ ସମ୍ଭୁଭାରତି ପାଟଣାର ରବୀନ୍ଦ୍ର ବେହେରାଙ୍କ ଘରୁ ନଗଦ ୧ ଲକ୍ଷ ୮୦ ହଜାର ଟଙ୍କା,ଟିଭି, ସୁନାରୁପା ଚୋରି ହୋଇଥିବା ବେଳେ ସେପ୍ଟେମ୍ବର ୧୨ ତାରିଖ ରାତିରେ ଭଗବତିପୁରର ଜୟନ୍ତ ମହାପାତ୍ରଙ୍କ ଘରୁ ସୁନାରୁପା ସହ ୨୦ ହଜାର ଟଙ୍କା ଚୋରି ହୋଇଥିଲା । ସେହିପରି ଗତ ଡିସେମ୍ବର ୧୩ ରେ ବଳଙ୍ଗା ବଜାରରେ ଥିବା ସେକ ମୁସରଫଙ୍କ ଚିକେନ୍ ଦୋକାନରୁ ପାଖାପାଖି ୧୮ ହଜାର ୩୭୦ ଟଙ୍କା ଚୋରି ହୋଇଥିବା ବେଳେ ଚଳିତ ମାସ ୫ ତାରିଖରେ ବଳଙ୍ଗା ବଜାରର ଜଣ ବ୍ୟବସାୟୀଙ୍କଠାରୁ ଚୋରି ହୋଇଥିଲା ।

ଏହାକୁ ଆଖିରେ ରଖି ଏକ ଟିମ୍ ଗଠନ କରି ଅପରାଧୀଙ୍କ ନିକଟରେ ପହଞ୍ଚି ପାରିଥିଲା ପୋଲିସ ।

Leave A Reply

Your email address will not be published.