Latest Odisha News

BREAKING NEWS

ଏଣିକି ୨୦୦ ଟଙ୍କାରେ ମିଳିବ କୋଭିଶିଲ୍ଡ ଟିକା

ନୂଆଦିଲ୍ଲୀ: ଦେଶରେ କରୋନା ଟୀକାକରଣ ଜାନୁଆରୀ ୧୬ ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ପ୍ରଥମ ପର୍ଯ୍ୟାୟରେ ୩୦ ନିୟୁତ ସ୍ୱାସ୍ଥ୍ୟ କର୍ମୀ ଏବଂ ଆଗଧାଡିର କର୍ମଚାରୀଙ୍କୁ ଏହି ଟିକା ପ୍ରଦାନ କରାଯିବ। ଏହି ସମୟରେ ଦେଶରେ ଥିବା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII)କୁ ଭାରତ ସରକାରଙ୍କଠାରୁ  କ୍ରୟ ଅର୍ଡର ପ୍ରଦାନ କରାଯାଇଛି। ସେରମ୍ ଇନଷ୍ଟିଚ୍ୟୁଟ୍‌ରେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ପ୍ରତି ଟିକା ପିଛା ୨୦୦ ଟଙ୍କା ମୂଲ୍ୟରେ ଏହି ଟିକା ଉପଲବ୍ଧ ହେବ।

ଉଲ୍ଲେଖ ଥାଉ କି, ନିକଟରେ କୋଭିଶିଲ୍ଡ ଟିକା ମୂଲ୍ୟ ହ୍ରାସ କରିବାକୁ କେନ୍ଦ୍ର ସରକାର ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ମଧ୍ୟରେ ଆଲୋଚନା ହୋଇଥିଲା। ସରକାର ଚାହୁଁଛନ୍ତି ଯେ ସେରମ୍ ଇନଷ୍ଟିଚ୍ୟୁଟ୍ ଏହାର କରୋନା ଟିକା ମୂଲ୍ୟ ହ୍ରାସ କରନ୍ତୁ, ଯାହା ଦ୍ବାରା ଏହା ଲୋକଙ୍କୁ ଯଥାଶୀଘ୍ର ଏବଂ ସହଜରେ ଉପଲବ୍ଧ କରାଯାଇପାରିବ।

ଦେଶର ଔଷଧ ନିୟାମକ ସଂସ୍ଥା DCGI ଜାନୁଆରୀ ୩ ରେ ଦୁଇଟି କରୋନା ଟିକା – ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭିଶିଲ୍ଡ ଏବଂ ଭାରତ ବାୟୋଟେକ୍ ର କୋଭାକ୍ସିନ୍ ର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିଥିଲା।

Leave A Reply

Your email address will not be published.