ପୁରୀ: ରାତି ପାହିଲେ ମହାପ୍ରଭୁଙ୍କ ଘୋଷଯାତ୍ରା । ରତ୍ନବେଦୀ ଛାଡି ଜନ୍ମବେଦୀକୁ ଯାତ୍ରା କରିବେ ତିନି ଠାକୁର । ଏଥିପାଇଁ ଚଳଚଞ୍ଚଳ ପୁରୀ । ଓଡିଶାବାସୀଙ୍କ ମନରେ ବି ଅସୁମାରୀ ଆଶା ଏବଂ ଆନନ୍ଦ । ବରଷକ ପରେ ପୁଣି ବଡ ଦାଣ୍ଡରେ ଏକାଠି ହେବେ ଭକ୍ତ ଏବଂ ଭଗବାନ୍ । ଏଥିପାଇଁ ପୁରୀରେ ସମସ୍ତ ପ୍ରସ୍ତୁତି ଶେଷ ସ୍ପର୍ଶ ପାଉଥିବା ବେଳେ ଏହାରି ଭିତରେ ପ୍ରକାଶ ପାଇଛି ରଥଯାତ୍ରା ନୀତି ନିର୍ଘଣ୍ଟ ।
ନୀତି ନିର୍ଘଣ୍ଟ ଅନୁଯାୟୀ,
ସକାଳ ୬ଟାରେ ମଙ୍ଗଳା ଆଳତି,
ମଇଲମ ସକାଳ ୬.୧୦ ରେ,
ସକାଳ ୬.୩୦ ରେ ତଡପଲାଗି,
ରୋଷ ହୋମ ସକାଳ ୬.୩୦ରେ,
ସକାଳ ୭ଟାରେ ଅବକାଶ,
ସକାଳ ୭.୧୦ ରେ ସୂର୍ଯ୍ୟ ପୂଜା,
ସକାଳ ୭.୩୦ ରେ ଦ୍ୱାରପାଳ ପୂଜା,
ସକାଳ ୭.୩୦ ସୁଦ୍ଧା ବେଶ ଶେଷ,
ଗୋପାଳ ବଲ୍ଲଭ ଏବଂ ସକାଳ ଧୁପା (ଖେଚୁଡି ଭୋଗ) ସକାଳ ୮ ରୁ ୯,
ସକାଳ ୯ଟାରେ ରଥ ପ୍ରତିଷ୍ଠା,
ସକାଳ ୯.୧୫ ରେ ମଙ୍ଗଳାର୍ପଣ,
ପହଣ୍ଡି ସକାଳ ୯.୩୦ରୁ ଆରମ୍ଭ ହେବ,
ପହଣ୍ଡି ଦିନ ୧୨.୩୦ ସୁଦ୍ଧା ଶେଷ ହେବ,
ଦିନ ୧୨.୩୦ ରୁ ୧ଟା ମଧ୍ୟରେ ଶ୍ରୀ ଶ୍ରୀ ମଦନ ମୋହନ, ଶ୍ରୀ ଶ୍ରୀ ରାମ ଏବଂ ଶ୍ରୀ ଶ୍ରୀ କୃଷ୍ଣ ବିଜେ,
ଚିତା ଲାଗି ଦିନ ୧.୩୦ ରୁ ୨ଟା ପର୍ଯ୍ୟନ୍ତ,
ବେଶ ଶେଷ ଅପରାହ୍ନ ୧.୩୦ ରୁ ୨.୩୦,
ଗଜପତି ରାଜାଙ୍କ ଦ୍ବାରା ଛେରା ପହଁରା ୨.୩୦ ରୁ ୩.୩୦,
ଚାରମାଳ ଫିଟା, ଘୋଡା ଏବଂ ସାରଥୀ ଲାଗିବେ ଅପରାହ୍ନ ୪ ଟା
ରଥଟଣା ଅପରାହ୍ନ ୪ଟାରେ ଆରମ୍ଭ।
ଏଥିସହିତ ରାଜ୍ୟ ପୋଲିସ୍ ପକ୍ଷରୁ ରଥଯାତ୍ରା ନେଇ ଡିଜିଟାଲ ଟ୍ରାଫିକ୍ ମ୍ୟାପ୍ ବି ଜାରି କରାଯାଇଛି । ଯେଉଁଥିରେ ରଥଯାତ୍ରା ୨୦୨୫ ବିଷୟରେ ପ୍ରାମାଣିକ ସୂଚନା ଓଡିଶାବାସୀ ପାଇପାରିବେ । ଯେଉଁଥିରେ ଏକ କ୍ୟୁଆର କୋର୍ଡ ଜାରି କରାଯାଇଛି । ଯାହାକୁ ସ୍କାନ୍ କରି କିମ୍ବା ହ୍ବାଟ୍ସଆପ୍ ସହ କନେକ୍ଟ କରି ରଥଯାତ୍ରା ଟ୍ରାଫିକ୍ ଅପଡେଟ୍ ପାଇପାରିବେ ।
ସେପଟେ ଏବେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଚାଲିଛି ।
Comments are closed.