Latest Odisha News

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ହାଇକୋର୍ଟରେ ଶୁଣାଣି

ପୁରୀ: ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ନେଇ ଆଜି (ବୁଧବାର) ହାଇକୋର୍ଟରେ ଶୁଣାଣି। ଚାବି ହଜିବା ନେଇ ହୋଇଥିବା ରଘୁବୀର ଦାସ ତଦନ୍ତ କମିଶନ ରିପୋର୍ଟ ଉପରେ ସରକାର ନିରବ ରହିଥିବାରୁ ହାଇକୋର୍ଟରେ ଏନେଇ ଶୁଣାରି ସମୟରେ ଅଧିକ ସରଗରମ ହେବ।

ଏହି ରିପୋର୍ଟ ଉପଯୁକ୍ତ ସମୟରେ ବିଧାନସଭାରେ ଉପସ୍ଥାପିତ ନହେବାରୁ ଆଇନଜୀବୀ ଦିଲ୍ଲୀପ ବରାଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୦୨୩ ଏପ୍ରିଲ ୨୫ରେ କୋର୍ଟ ଆବେଦନକୁ ଗ୍ରହଣ କରି ସରକାରଙ୍କୁ ପକ୍ଷ ରଖିବାକୁ ନୋଟିସ୍‌ କରିଥିଲେ। ସରକାର ଗତବର୍ଷ ଏପ୍ରିଲ ୫ ତାରିଖରେ ହାଇକୋର୍ଟରେ ସତ୍ୟପାଠ ଦେଇଥିଲେ।

ଏଥିସହ ହାଇକୋର୍ଟରେ ପରବର୍ତ୍ତୀ ଜବାବ ରଖିବା ପାଇଁ ୪ ମାସ ସମୟ ନେଇଥିଲେ। ମାତ୍ର ଏହା ଭିତରେ ନୂଆ ସରକାର ଗଠନକୁ ୯ ମାସ ଓ ହାଇକୋର୍ଟରୁ ନେଇଥିବା ସମୟ ୫ ମାସ ଗଡ଼ିଗଲାଣି। ଏହି ସମୟ ଭିତରେ ଏକାଧିକ କ୍ୟାବିନେଟ୍‌ ବୈଠକ ବସିଛି। ହେଲେ କ୍ୟାବିନେଟ୍‌ରେ ଏହି ରିପୋର୍ଟ ଉପସ୍ଥାପନ କରାଯାଇନାହିଁ।

ପୂର୍ବରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ହାଇକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି। ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ରିପୋର୍ଟ ସାର୍ବଜନୀନ ହେବ ନାହିଁ। ଏହା ସତ୍ୟପାଠରେ ଉଲ୍ଲେଖ ରହିଛି। ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ଦାୟିତ୍ୱରେ ଥିଲେ ଜଷ୍ଟିସ୍‌ ରଘୁବୀର ଦାସ। ତଦନ୍ତ ଶେଷ ପରେ ରାଜ୍ୟ ସରକାରଙ୍କୁ କମିଶନ ରିପୋର୍ଟ ଦେଇ ସାରିଛନ୍ତି।

Leave A Reply

Your email address will not be published.